Fri. Mar 6th, 2026

୨୦ଫୁଟ୍‌ ତଳକୁ ଓଲଟିଲା ଟ୍ୟାଙ୍କର

177 Views

ରାୟଗଡ଼ା : ରାୟଗଡ଼ା ସଦର ଥାନା ଅନ୍ତର୍ଗତ ଗୁମ୍ମାଘାଟିରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଲୁମିନିୟମ୍ ପାଉଡର ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଛି। ତେବେ ଡ୍ରାଇଭରର ପରିଚୟ ମିଳିପାରି ନାହିଁ।

ଆଜି ଭୋରରୁ ଟ୍ୟାଙ୍କରଟି ଟିକିରି ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ୍ ପାଉଡର ନେଇ ମଧ୍ୟପ୍ରଦେଶ ଯାଉଥିଲା। ମାତ୍ର ଗୁମ୍ମାଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା। ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗାଡ଼ିକୁ କାଟି ଡ୍ରାଇଭରର ମୃତଦେହ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।  ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post