Wed. Mar 11th, 2026

୧୮ରେ ନାଗରିକତା ସଂଶୋଧନ ଆଇନର ଶୁଣାଣି

250 Views

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ନାଗରିକତା ସଂଶୋଧନ ଆଇନକୁ ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରିବେ। ଏ ନେଇ ସୁପ୍ରିମକୋର୍ଟ ଆଜି ସୂଚନା ଦେଇଛନ୍ତି। ବିରୋଧୀ କଂଗ୍ରେସ ସମେତ ଅନେକ ନେତା କେନ୍ଦ୍ରର ନାଗରିକ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ANI

@ANI

Supreme Court agrees to hear on December 18 the pleas of Congress and of erstwhile Tripura royal Kirit Pradyot Deb Barman against the .

View image on Twitter

କେନ୍ଦ୍ର ସରକାର ଏହି ଆଇନ ଜରିଆରେ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନର ଛଅଟି ଧର୍ମର ଶରଣାର୍ଥୀଙ୍କୁ ଦେଶର ନାଗରିକତା ପାଇଁ ଆଇନ୍ କରିଛନ୍ତି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ସରକାର ଏଭଳି ନିଷ୍ପତ୍ତି ନେଇ ଧର୍ମାନ୍ତୀକରଣ କରୁଛନ୍ତି ବୋଲି ବିରୋଧୀ ଯୁକ୍ତି ଉପସ୍ଥାପନ କରିଛନ୍ତି। ସରକାର ଏହି ନିୟମ ଲାଗୁ କରିବା ଦ୍ୱାରା ସମ୍ବିଧାନର ମୌଳିକ ଚିନ୍ତାଧାରା କ୍ଷୁର୍ଣ୍ଣ ହେଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନ ତିନୋଟି ଇସଲାମିକ ଦେଶ। ସେଠାରେ ମୁସଲମାନ ମାନେ ସୁରକ୍ଷିତ। ହେଲେ ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ, ଜୈନ ଏବଂ ଇସାଇ ଧର୍ମର ଲୋକ ଉତ୍ପୀଡନର ଶିକାର ହୋଇ ଭାରତରେ ଶରଣାର୍ଥୀ ହେଉଛନ୍ତି। ତେଣୁ ୨୦୧୪ ଡିସେମ୍ୱର ୩୧ ସୁଦ୍ଧା ଯେଉଁମାନେ ଶରଣାର୍ଥୀ ରହିଛନ୍ତି ସେମାନେ ଯଦି ୬ ବର୍ଷ ଭାରତରେ ରହିଥିବେ ତାହାଲେ ସେମାନଙ୍କୁ ଭାରତ ସରକାର ନାଗରିକତ୍ୱ ପ୍ରଦାନ କରିବ ବୋଲି ନାଗରିକ ସଂଶୋଧନ ଆଇନରେ ନିୟମ ରହିଛି।

By amfnews

Related Post