Sun. Mar 8th, 2026

୧୫ ଦିନ ଧରି ଅସୁସ୍ଥ ଥିବା ହାତୀର ମୃତ୍ୟୁ

154 Views

ଚୌଦ୍ୱାର, ନଭେମ୍ବର ୧୮:  କଟକ ବନଖଣ୍ଡ ଡାଳିଆଯୋଡି ରେଞ୍ଜ୍  ହଳଦୀବସନ୍ତ ଅଂଚଳରେ ପୁଣି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟି ଦୀର୍ଘ ୧୫ ଦିନ ଧରି ଅସୁସ୍ଥ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁଯାୟୀ, ମୃତ ଦନ୍ତାଟି ଆଉ ଏକ ଦନ୍ତାର ଆକ୍ରମଣର ଶିକାର ହେବା ପରେ ଆହତ ହୋଇଥିଲା । ଦନ୍ତାଟିର ବେକର ପଛପଟେ ଗଭୀର କ୍ଷତ ହୋଇଥିଲା । ହାତୀଟି ଧାନବିଲରେ ପଡିଥିବା ଅବସ୍ଥାରେ ବନବିଭାଗ ଉଦ୍ଧାର କରିଥିଲା। ଗତକାଲି ଠାରୁ ହାତୀଟିକୁ ଉଦ୍ଧାର କରାଯାଇ ଓୟୁଏଟିର ଏକ ଡାକ୍ତରୀ ଟିମ ହାତୀଟିର ଚିକିତ୍ସା କରୁଥିଲେ। ମାତ୍ର ଆଜି ହାତୀଟି ହଠାତ୍ ମୃତ୍ୟୁ ହୋଇଯାଇଥିଲା। ତେବେ ଦୀର୍ଘ ୧୫ ଦିନ ଧରି ହାତୀଟି ଅସୁସ୍ଥ ଥିବାବେଳେ ବନବିଭାଗ କିପରି ଏହା ଜାଣି ନ ଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

By amfnews

Related Post