Thu. May 22nd, 2025

ୟେହି ହୈ ଅଚ୍ଛେ ଦିନ୍‌: ଇନ୍ଧନ ମୂଲ୍ୟ ବୃଦ୍ଧି ଉଲ୍ଲେଖ କରି ପୋଷ୍ଟର୍‌ ଲଗାଇଲା ଶିବସେନା

By amfnews Sep 9, 2018 #Featured
168 Views

ମୁମ୍ବାଇ: ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଥିବା ବେଳେ ଶିବସେନା ମୁମ୍ବାଇରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛି। କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ସମାଲୋଚନା କରିବାପୂର୍ବକ ଶିବସେନା ଶନିବାର ଦିନ ପୋଷ୍ଟର୍‌ ଲଗାଇଛି। ଏଥିରେ ୨୦୧୫ ଓ ୨୦୧୮ର ପେଟ୍ରୋଲ୍‌, ଡିଜେଲ୍‌ ଏବଂ ଗ୍ୟାସ୍‌ ମୂଲ୍ୟ ଉଲ୍ଲେଖ କରା ଯାଇଛି।

ଇନ୍ଧନ ମୂଲ୍ୟ ଉଲ୍ଲେଖ କରିବା ସହ ଶିବସେନା ପୋଷ୍ଟର୍‌ରେ ଗୈରିକ ଦଳର ନିର୍ବାଚନୀ ସ୍ଲୋଗାନ୍‌- ‘ଅଚ୍ଛେ ଦିନ’ (ସୁଦିନ)ଉଲ୍ଲେଖ କରିଛି। ସେମାନେ ଲେଖିଛନ୍ତି: ୟେହି ହୈ ଅଚ୍ଛେ ଦିନ୍‌ (ଏଇଟା ହିଁ ସୁଦିନ)।

ଆଜି ସକାଳେ ମୁମ୍ବାଇ ଏବଂ ଦିଲ୍ଲୀରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଅନ୍ୟୂନ ୧୦ ପଇସା ବଢ଼ିଛି। ଅଧିକାଂଶ ସହରରେ ପେଟ୍ରୋଲ୍‌ ଦର ପ୍ରାୟ ୯୦ ଟଙ୍କା ଛୁଇଁବା ପାଖାପାଖି।

ଇନ୍ଧନ ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳ ସବୁ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଓ ପ୍ରତିବାଦ ଘୋଷଣା କରିଛନ୍ତି।

ଗଣେଶ ଚତୁର୍ଥୀ ଆସୁଥିବାରୁ ଜନସାଧାରଣଙ୍କୁ ଅସୁବିଧାରେ ନ ପକାଇବା ପାଇଁ ଗୋଆ କଂଗ୍ରେସ ପ୍ରତିବାଦରେ ଭୂମିକା ନେବ ନାହିଁ।

By amfnews

Related Post