Mon. Nov 25th, 2024

ୟୁଟୁବ ବନ୍ଦ!, ୟୁଜର୍ସଙ୍କ ବଢ଼ିଲା ସମସ୍ୟା

By amfnews Oct 17, 2018 #Featured
274 Views

ନୂଆଦିଲ୍ଲୀ, ଅକ୍ଟୋବର ୧୭ : ଭିଡିଓ ସେୟାରିଂ ୱେବସାଇଟ ‘ୟୁଟୁବ’ ସମଗ୍ର ବିଶ୍ୱରେ ବୁଧବାର ସକାଳୁ ବନ୍ଦ ହୋଇଯାଇଛି । ୟୁଟୁବ ବନ୍ଦ ପଡିଯିବାରୁ ବିଭିନ୍ନ ଦେଶର ଗ୍ରାହକଙ୍କୁ ଅସୁବିଧା ହେଉଛି । ୟୁଜର୍ସ ସୋସିଆଲ ମିଡିଆର ୟୁଟୁବ ସ୍କ୍ରିନସର୍ଟ ଅପଲୋଡ କରିଛନ୍ତି । ମୁଖ୍ୟକଥା ହେଲା ଯେ, ୟୁଟୁବ ଖୋଲିବା ମାତ୍ରେ ବୁଧବାର ହୋମ ପେଜରେ ତ୍ରୁଟି ଦେଖା ଯାଇଛି । ୟଜର୍ସ କିଛି ସର୍ଚ୍ଚ କରିବା ମାତ୍ରେ ଭିଡିଓ ସ୍କ୍ରିନ କଳା ପଡିଯାଉଛି ।

ୟୁଟୁବ ଦୀର୍ଘ ସମୟ ବନ୍ଦ ରହିବା ଫଳରେ ବିଶ୍ୱର କୋଟି କୋଟି ୟୁଜର୍ସଙ୍କ ସମସ୍ୟା ବଢ଼ି ଯାଇଛି । କାରଣ ସେମାନେ ସକାଳୁ ଉଠି ମନପସନ୍ଦର ଭିଡିଓ ଦେଖିପାରି ନାହାନ୍ତି । ଫଳରେ ନିରାଶ ହେବାକୁ ପଡ଼ିଛି ।

ମାତ୍ର ୟୁଟୁବ ସାଇଟ କାହିଁକ ବନ୍ଦ ହୋଇଛି, ଏ ବାବଦରେ କିଛି ଜଣାପଡ଼ି ନାହିଁ । ଏ ସଂପର୍କରେ କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ମାତ୍ର ବିଶେଷଜ୍ଞଙ୍କ ମତରେ ସର୍ଭର ତ୍ରୁଟି ଯୋଗୁଁ ଏପରି ହୋଇଥାଇପାରେ । କମ୍ପାନୀ ପକ୍ଷରୁ ସର୍ଭରକୁ ଠିକ କରାଯିବା ପାଇଁ କାମ ଜାରି ରହିଛି ।

By amfnews

Related Post