Sun. Mar 8th, 2026

ହ୍ୟାଟ୍‌-ଟ୍ରିକ୍‌ ପାଇଁ ଆଶାବାଦୀ ବୋଲି ଭୋଟ୍‌ ଦେବା ପରେ କହିଲେ ଅରବିନ୍ଦ କେଜ୍ରିଓ୍ଵାଲ୍‌

216 Views

ନୂଆଦିଲ୍ଲୀ: ତୃତୀୟ ଥର ଲାଗି ଦିଲ୍ଲୀରେ ସରକାର ଗଠନ କରିବାକୁ ଆଶାବାଦୀ ବୋଲି ଶନିବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି। ବିଧାନସଭା ନିର୍ବାଚନ ଲାଗି ଉତ୍ତର ଦିଲ୍ଲୀର ସିଭିଲ୍‌ ଲାଇନ୍‌ସ୍ଥିତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଭୋଟ୍‌ ଦେବା ପରେ କେଜ୍ରିଓ୍ଵାଲ୍‌ କହିଲେ, ଦିଲ୍ଲୀରେ କରାଯାଇଥିବା କାର୍ଯ୍ୟ ଆଧାରରେ ଲୋକେ ଭୋଟ୍‌ ଦେବେ ଏବଂ ତୃତୀୟ ଥର ଲାଗି ଆପ୍‌ ଦିଲ୍ଲୀରେ ସରକାର ଗଠନ କରିବ ବୋଲି ମୁଁ ଆଶା କରୁଛି। ପତ୍ନୀ ସୁନୀତା, ମାଆ ଓ ପୁଅଙ୍କ ସହ କେଜ୍ରିଓ୍ଵାଲ୍‌ ଭୋଟ୍‌ ଦେବାକୁ ଆସିଥିଲେ। ସେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପିର ସୁନୀଲ ଯାଦବ ଏବଂ କଂଗ୍ରେସର ରୋମେଶ ସାଭରଓ୍ଵାଲ୍‌।

ଭୋଟ୍‌ ଦେବା ନିମନ୍ତେ କେଜ୍ରିଓ୍ଵାଲ୍‌ ମଧ୍ୟ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି: ମୁଁ ସମସ୍ତଙ୍କୁ, ବିଶେଷତଃ ମହିଳାମାନଙ୍କୁ, ଆଜି ଭୋଟ୍‌ ଦେବାକୁ ନିବେଦନ କରୁଛି।ସକାଳ ୮ଟାରେ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଫେବ୍ରୁଆରି ୧୧ ତାରିଖ ଦିନ ଭୋଟ୍‌ ଗଣନା ଆରମ୍ଭ ହେବ। ସଦ୍ୟତମ ସୂଚନା ଅନୁସାରେ, ପୂର୍ବାହ୍ନ ୧୧ଟା ସୁଦ୍ଧା ଦିଲ୍ଲୀ ବିଧାନସଭା ନିମନ୍ତେ ଚାଲିଥିବା ଭୋଟ୍‌ ଗ୍ରହଣରେ ୭. ୪୭% ଭୋଟ୍‌ ମିଳିଛି।

By amfnews

Related Post