Sun. Nov 24th, 2024

ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

By amfnews Oct 7, 2018 #Featured
190 Views

ରାଉରକେଲା, ୭ା୧୦  : ଅମୃତଗଙ୍ଗା ସମ୍ମୁଖସ୍ଥ ଅଞ୍ଚଳରେ ଥିବା ଏରିଆ- ୫୧ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । କର୍ମଚାରୀ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାରେ ୪ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇ ଆର୍ଜିଏଚ୍ରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ, ସିଭିଲ୍ ଟାଉନସିପ୍ ଅତ୍ତଳରେ ବାସ କରୁଥିବା ଧୀରଜ ଚୌଧୁରୀ (୩୨) ତାଙ୍କ ୩ ଜଣ ସାଙ୍ଗ ସୋନୁ ଚୌଧୁରୀ (୨୭) ବିନୟ ମିଶ୍ର (୧୯) ଓ ଦୀପକ ସାହୁ (୧୯) ହୋଟେଲ୍କୁ ଆସି ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲରେ ଖିଆପିଆ କରିଥିଲେ ।

ହୋଟେଲ ବନ୍ଦ ହେବ ବୋଲି ସେମାନଙ୍କୁ ହୋଟେଲ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେମାନେ ଆଦୌ ଶୁଣି ନଥିଲେ । ମାଲିକ ସୁମନ ସିଂ ସେମାନଙ୍କୁ ବିଲ୍ ପୈଠ ପାଇଁ କହିବାରୁ ବିଲ୍ ଅଧିକ ହେଲା କାହିଁକି ବୋଲି କହି ସମ୍ପୃକ୍ତ ଯୁବକମାନେ ପାଟିତୁଣ୍ଡ କରିଥିଲେ । ସେଠାରୁ ଚାଲିଯିବାର କିଛି ସମୟ ପରେ ପୁଣି ହୋଟେଲ ଭିତରେ ପଶି ମାଲିକ ସୁମନ ସିଂଙ୍କ ମୁଣ୍ଡକୁ ଖଣ୍ଡାରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ । ସେମାନଙ୍କ ଆକ୍ରମଣରେ ହୋଟେଲ କର୍ମଚାରୀ ନିରଜ ଗୁପ୍ତା, ମେଣ୍ଟାସ ରାୟ, ଶତ୍ରୁଘନ ସିଂ ଗୁରୁତର ଆହତ ହୋଇଥିଲେ । ରଘୁନାଥାପାଲି ପୁଲିସ୍ ଆହତମାନଙ୍କୁ ଉଦ୍ଧାର କରି ଆରଜିଏଚ୍ରେ ଭର୍ତ୍ତି କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି ।

By amfnews

Related Post