ଭୁବନେଶ୍ବର: ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ନାଁରେ ନୂଆ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ଏ ନେଇ ସଫେଇ ଦେଇଛନ୍ତି ନିଜେ ବାବୁସାନ୍।
ବାବୁସାନ୍ କହିଛନ୍ତି ଯେ ଯେ ତାଙ୍କ ଘରର କଂପାଉଣ୍ଡ ଗେଟ ବାହାରେ ବାଇକ୍ ଚଳାଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଟ୍ରାଫିକ୍ ଛକ ବା ଏନ୍ଏଚରେ ବାଇକ୍ ଚଳାଇନାହାନ୍ତି। ତେବେ ଏନେଇ ଆଗକୁ ଅଧିକ ସଚେତନ ହେବେ ବୋଲି ବାବୁସାନ୍ ନିଜ ସଫେଇରେ କହିଛନ୍ତି। ସୂଚନାଯୋଗ୍ୟ, ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କ ନାଆଁରେ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ଗତକାଲି ଏକ ହଜାର ଟଙ୍କାର ଚାଲାଣ କଟିଥିଲା
ବାବୁସାନ୍ ବିନା ହେଲମେଟରେ ବାଇକ୍ ଚଲାଉଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଗୋଟିଏ ମିନିଟରୁ ଅଧିକ ସମୟର ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା।
ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ କମିଶନରେଟ୍ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବାବୁସାନ୍ ଓରଫ ତନ୍ମୟ ମହାନ୍ତିଙ୍କ ନାମରେ ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍ ନିୟମକୁ ମାନିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା।
We adore our actors. But, when Tanmay, better known as Babushan, was found to be riding a bike without a helmet, a challan was issued.
That’s our duty. Do follow traffic safety norms always. @SarangiSudhansu@sagarika_nath