Sat. Mar 7th, 2026

ହୃଦଘାତରେ ଟପ୍‌ ନକ୍ସଲ ନେତା ରମନ୍ନା ମୃତ

168 Views

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜଙ୍ଗଲରେ ଟପ୍‌ ନକ୍ସଲ ନେତା ରମନ୍ନାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହୃଦଘାତରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରମନ୍ନାର ମୃତ୍ୟୁ ନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଗତ କିଛି ଦିନ ଧରି ରମନ୍ନା ଅସୁସ୍ଥ ଥିଲେ ବୋଲି ସୂଚନା ମିଳିଥିଲା।

ରମନ୍ନା ଦୀର୍ଘ ବର୍ଷ ହେବ ନକ୍ସଲ ସଂଗଠନରେ ସକ୍ରିୟ ଥିଲା। ଏହାସହ ଦଣ୍ଡକାରଣ୍ୟ ଜୋନାଲ କମିଟିର ସଚିବ ଥିଲା। ସେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲା। ତାକୁ ଧରିବାକୁ ସରକାରଙ୍କ ତରଫରୁ ଦୁଇ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

By amfnews

Related Post