Sun. Mar 8th, 2026

ହୁମା ମହାନଦୀ ଟାପୁରୁ ଡଙ୍ଗାରେ ୩୫ ମାଙ୍କଡ଼ ଉଦ୍ଧାର

193 Views

ଧମା : ପ୍ରସିଦ୍ଧ ଶୈବପୀଠହୁମାର ବକ୍ର ମନ୍ଦିର ଅପରପାର୍ଶ୍ବରେ ମହାନଦୀ ମଧ୍ୟରେ ଥିବା କନ୍ଧେରକୁଦ ଟାପୁରେ ପାଣିଘେରରେ ଫସି ରହିଯାଇଥିବା ପ୍ରାୟ ୩୫ ମାଙ୍କଡ଼ଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଧିବାସୀ। ମହାନଦୀ ମଧ୍ୟରେ ଥିବା କନ୍ଧେରକୁଦସ୍ଥିତ କାଳୀ ମୂର୍ତ୍ତିର ଦର୍ଶନ ପାଇଁ ଲୋକେ ଡଙ୍ଗାରେ ସେଠାକୁ ଯାଇଥାନ୍ତି। ବିମଳେଶ୍ବର ବାବାଙ୍କ ପୀଠରେ ବିଚରଣ କରୁଥିବା ମାଙ୍କଡମାନେ ମଧ୍ୟ ବିଭିନ୍ନ ସମୟରେ ପଥରରୁ ପଥରକୁ ଡେଇଁ ‌କନ୍ଧେରକୁଦକୁ ଯିବା ଆସିବା କରନ୍ତି। ବୁଧବାର ଅଚାନକ ମହାନଦୀରେ ପାଣି ଆସିବାରୁ କିଛି ମାଙ୍କଡ଼ କନ୍ଧେରକୁଦରେ ଫସି ଯାଇଥିଲେ। ଗୁରୁବାର ମଧ୍ୟ ସେମାନେ ଫେରି ପାରିନଥିଲେ। ଶେଷରେ ଗ୍ରାମବାସୀ ୨ଟି ଡଙ୍ଗା ନେଇ କନ୍ଧେରକୁଦରେ ପହଞ୍ଚିଥିଲେ। ଗୋଟିଏ ଡଙ୍ଗାରେ କିଛି ବିସ୍କୁଟ ଏବଂ ଲଡ଼ୁ ଦେଇ ଗୋଟିଏ ମାଙ୍କଡ଼କୁ ଡଙ୍ଗାକୁ ଡେଇଁବା ପାଇଁ ପ୍ରବର୍ତ୍ତାଯାଇଥିଲା। ମାଙ୍କଡ଼ଟି ଡଙ୍ଗାକୁ ଆସିଯିବା ପରେ ଅନ୍ୟ ମାଙ୍କଡ଼ମାନେ ମଧ୍ୟ ପଛେ ପଛେ ସ୍ବତଃ ଡଙ୍ଗାକୁ ଆସିଥିଲେ। ଡଂଗା ଦେଇ ସେମାନେ ପଥର ଉପରେ ଡେଇଁ କୂଳକୁ ଚାଲି ଆସିଥିଲେ।

By amfnews

Related Post