119 Views
ମୁମ୍ବାଇ,ଡିସେମ୍ବର ୦୧ : ଉତ୍ତରାଖଣ୍ଡ ହରିଦ୍ୱାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକେ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। କିଛି ସମୟ ଯାଏଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା। ଯାହାଫଳରେ ବହୁ ସମୟ ଯାଏଁ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ।