Sat. Mar 7th, 2026

ହକି ବିଶ୍ୱକପ୍ ଖେଳ ସୂଚୀରେ ପରିବର୍ତ୍ତନ : ୫ଟା ପରିବେର୍ତ୍ତ ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ନେଦରଲ୍ୟାଣ୍ଡ କ୍ୱାର୍ଟର ଫାଇନାଲ

334 Views

ଭୁବନେଶ୍ବର : ହକି ବିଶ୍ୱକପ୍ ଖେଳ ସୂଚୀରେ ପରିବର୍ତ୍ତନ ହୋଇଛି । ସଂଧ୍ୟା ୫ଟା ପରିବେର୍ତ୍ତ  ୭ଟାରେ ହେବ ଭାରତ-ନେଦରଲ୍ୟାଣ୍ଡ କ୍ୱାର୍ଟର ଫାଇନାଲ। ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଭାରତ ଗୁରୁବାର ଖେଳିବ ସାମ୍ପ୍ରତିକ ଇତିହାସର ସବୁଠୁ ବଡ଼ ମ୍ୟାଚ୍। ସେମିଫାଇନାଲ୍ ଆଶାରେ ଥିବା ଭାରତୀୟ ଦଳ ଆଗରେ ଏବେ ୩ ଥର ବିଜେତା ନେଦରଲାଣ୍ଡ୍ ବଡ଼ ପ୍ରତିବଂଧକ। ଗତ ଥରର ଉପ ବିଜେତା ନେଦରଲାଣ୍ଡକୁ ହରାଇବା ସହଜ ନ ଥିଲେ ବି କଳିଙ୍ଗ ପ୍ରଶଂସକ ଏବଂ ଆଟାକିଂ ହକିକୁ ଆଧାର କରି ଭାରତ ଇତିହାସ ରଚିବା ଲକ୍ଷ୍ୟରେ ରହିଛି। ଗୁରୁବାର ଅପରାହ୍ନ ୪.୪୫ ମିନିଟ ପରିବର୍ତେ ଏହି ମ୍ୟାଚ୍ ରାତି ୭ଟାରେ ଖେଳାଯିବ ବୋଲି ଏଫଆଇଏଚର ସଂଶୋଧିତ ଖେଳସୂଚୀରୁ ଜଣାପଡ଼ିଛି।

By amfnews

Related Post