Sun. Mar 8th, 2026

ସ୍ୱାଭାବିକ ହେଲା ଉହାନ, ୭୬ ଦିନ ପରେ ହଟିଲା ଲକ୍‌ଡାଉନ୍

170 Views

ନୂଆଦିଲ୍ଲୀ : କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ହଟିଛି। ଦୀର୍ଘ ୭୬ ଦିନ ପରେ ଚାଇନା ସରକାର ଲକ୍‌ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ ୨୩ରେ ଲକ୍‌ଡାଉନ୍ ଘୋଷଣା କରିଥିଲେ।

କରୋନା ଭାଇରସ ପାଇଁ ଚାଇନାରେ ୩୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୮୨ ହଜାରରୁ ଅଧିକ ଲୋକ କେବଳ ଉହାନରୁ ସଂକ୍ରମିତ ହୋଇଥିଲେ। ନିକଟରେ ସପ୍ତାହେ ହେବ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି କି ଏହି ମହାମାରୀରେ କେହି ମୃତ୍ୟୁ ବରଣ କରିନଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍ ବେଳେ ଉହାନବାସୀ କେବଳ ଜରୁରୀ ସାମଗ୍ରୀ କିଣିବା ପାଇଁ ବାହାରକୁ ଆସୁଥିଲେ।

By amfnews

Related Post