Wed. Jan 22nd, 2025

ସ୍ମାର୍ଟ ଲୁଟେରାକୁ ବାନ୍ଧିଲା ପୁଲିସ୍

By amfnews Oct 9, 2019 #Featured
93 Views

ନୂଆଦିଲ୍ଲୀ  :  ଦିଲ୍ଲୀର ପଶ୍ଚିମ ଜିଲ୍ଲା ସ୍ଥିତ ପଞ୍ଜାବୀ ବାଗ୍ ଥାନା ପୁଲିସ୍‌ ଜଣେ ସ୍ମାର୍ଟ ଲୁଟେରାକୁ ଗରିଫ କରିଛି। ଏହି ୨୨ ବର୍ଷୀୟ ଲୁଟେରା ବିଭିନ୍ନ ଉପାୟରେ ମୋବାଇଲ୍ ସାଙ୍ଗକୁ ଗାଡ଼ି ଚୋରି କରିବାରେ ଓସ୍ତାଦ୍ ଥିଲା। ମୁଖ୍ୟତଃ ରାସ୍ତାରେ ଚାଲିଚାଲି ମୋବାଇଲ୍ ଧରି ଯାଉଥିବା କମ୍ ବୟସ୍କ ଝିଅଙ୍କୁ ସେ ଟାର୍ଗେଟ୍ କରୁଥିଲା।

ଗିରଫ ହୋଇଥିବା ଲୁଟେରାର ନାଁ ନିରଜ ଓରଫ୍ ଲଳିତ। ତା’ ବିରୋଧରେ ୬୦ରୁ ଅଧିକ ମାମଲା ରହିଛି। ତା ଘର ପଶ୍ଚିମ ଜିଲ୍ଲାର ମଙ୍ଗୋଲପୁରୀ ଅଞ୍ଚଳରେ ବୋଲି ଡିସିପି ଦୀପକ ପୁରୋହିତ କହିଛନ୍ତି।

ଲଳିତ ନିକଟରୁ ୫ଟି ମୋବାଇଲ୍, ୩ଟି ଚୋରା ବାଇକ୍ ଓ ସ୍କୁଟି ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି। ସେ ଗିରଫ ହେବା ପରେ ଅନେକ ଚୋରି ମାମଲାର ତଦନ୍ତକୁ ପୁଲିସ୍ ଆଗକୁ ବଢ଼ାଇଛି।

ଲଳିତ ପୂର୍ବରୁ ମଧ୍ୟ ଚୋରି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ରହିଥିଲା। ହେଲେ ଜେଲରେ ବାହାରିବା ପରେ ପୁଣି ଥରେ ଚୋରି କରୁଥିଲା।  ଲୁଟ୍ କରିବା ବେଳେ ଲଳିତ ଜଣେ ଛାତ୍ର ଭଳି ଡ୍ରେସ୍‌ ପିନ୍ଧେ। ଏମିତିକି କାନ୍ଧରେ ବ୍ୟାଗ୍ ବି ପକାଏ। ତେଣୁ ତାକୁ କେହି ସନ୍ଦେହ କରନ୍ତି ନାହିଁ। ଆଉ ଏହାର  ସୁଯୋଗ ନେଇ ସେ ବିଶେଷ ଭାବେ ଛାତ୍ରୀମାନଙ୍କୁ ଟାର୍ଗେଟ୍ କରେ। ଚୋରି କରିବା ବେଳେ ଲଳିତ ଚୋରା ବାଇକ୍ ନହେଲେ ସ୍କୁଟି ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି।

By amfnews

Related Post