Sat. Mar 7th, 2026

ସ୍ବାମୀ ପରେ ସ୍ତ୍ରୀ ଗଲା ଜେଲ, ବ୍ରାଉନ୍‌ସୁଗାର ଜବତ, ମହିଳା ଗିରଫ

322 Views

ବାରଙ୍ଗ: ବ୍ରାଉନସୁଗାର କାରବାର କରୁଥିବା ଜଣେ ମହିଳାଙ୍କୁ ଆଜି ନନ୍ଦନକାନନ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ସୁକାନ୍ତି ବେଉରା(୨୬)। ପୁଲିସ ତାଙ୍କ ଘରୁ ୧୨ ଗ୍ରାମ୍‌ ବ୍ରାଉନସୁଗାର, ଏକ ହିରୋହୋଣ୍ଡା ବାଇକ୍‌ ଜବତ କରିଛି। ସୁକାନ୍ତି ଏହି ଧଳା ଜହର କାରବାର କରୁଥିବା ନେଇ ଆଜି କିଛି ଯୁବକ ପୁଲିସକୁ ସୂଚନା ଦେଇଥିଲେ। ଆଇଆଇଆଇସି ରବୀନ୍ଦ୍ର ନାଥ ମେହେର ସଦଳବଳେ ସୁକାନ୍ତିଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲେ। ଉଲ୍ଲେଖଯୋଗ୍ୟ, କିଛି ବର୍ଷ ତଳେ ସୁକାନ୍ତି ଓ ତାଙ୍କ ସ୍ୱାମୀ ରମେଶ ବେଉରା ଓରଫ କୁନା ନିଜ ଘରେ ବ୍ରାଉନସୁଗାର ରଖି କାରବାର କରିଆସୁଥିଲେ। ଗତ ବର୍ଷ ମେ’ ୩୧ ତାରିଖରେ ନନ୍ଦନକାନନ ଥାନା ପୁଲିସ ତାଙ୍କ ଘରେ ଚଢ଼ଉ କରି ୧୦.୩୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ କୁନାଙ୍କୁ କୋର୍ଟଚାଲାଣ କରିଥିଲା। କିନ୍ତୁ ଜେଲ୍‌ରୁ ଫେରିବା ପରେ ପୁଣିଥରେ ସୁକାନ୍ତିଙ୍କ ସହ ମିଶି କୁନା ପୁଣିଥରେ ଏହି ବେଆଇନ କାରବାର ଚଳାଇଥିଲା। କୁନା ଉପରେ ନଜର ରଖିଥିବା କଟକ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଗତ ଜାନୁଆରି ୩୦ ତାରିଖରେ କୁନାକୁ ଗିରଫ କରିଥିବା ବେଳେ ଆଜି ସୁକାନ୍ତି ନନ୍ଦନକାନନ ଥାନା ପୁଲିସ ହାତରେ ଧରାପଡ଼ିଛି।

By amfnews

Related Post