Sun. Nov 24th, 2024

ସେଲ୍ ପେନ୍ସନ ଅକ୍ଟୋବରରୁ କାର୍ଯ୍ୟକାରୀ ଅପପ୍ରଚାର ଶ୍ରମିକ ସ୍ୱାର୍ଥ ବିରୋଧି – ସିଆଇଟିୟୁ

By amfnews Sep 9, 2018 #Featured
138 Views

ରାଉରକେଲା, ୯ା୯ : ଇତିମଧ୍ୟରେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସେଲ୍ ଶ୍ରମିକମାନଙ୍କ ପାଇଁ ପେନ୍ସନ ହୋଇଗଲା ଆସନ୍ତା ଅକ୍ଟୋବର ମାସରୁ କାର୍ଯ୍ୟକାରୀ ହେବ ପ୍ରସାରିତ ହେବା ଦ୍ୱାରା ବହୁ ଶ୍ରମିକ ବିଶେଷ କରି ନିକଟରେ ଅବସର ଗ୍ରହଣ କରିଥିବା ଶ୍ରମିକଙ୍କ ମଧ୍ୟରେ ଆଶା ଆନ୍ଦୋଳିତ ହୋଇଛି । ଦୀର୍ଘ ୬ ମାସ ତଳୁ ଭିନ୍ନ ଭିନ୍ନ ସମୟରେ ମନ୍ତ୍ରୀ କରିଦେଲେ, ସର୍କ୍ୟୁଲାର ହୋଇଗଲା, ତୁରନ୍ତ କାର୍ଯ୍ୟକାରୀ ହେବ କହିବା ପରେ ବାସ୍ତବରେ ତାହା କାର୍ଯ୍ୟକାରୀ ହୁଏ ନାହିଁ । ଏହା କେବଳ ଶ୍ରମିକମାନଙ୍କ ମନରେ ହଟଚମଟ ସୃଷ୍ଟି କରିଥାଏ । କେନ୍ଦ୍ର ସରକାରଙ୍କ ଇପିଏସ୍-୯୫ ପେନ୍ସନ ଦ୍ୱାରା ଇସ୍ପାତ ଶ୍ରମିକ ପ୍ରତାରିତ ହୋଇଛନ୍ତି । ଇପିଏସ୍-୯୫ ନାମରେ ପ୍ରତି ଶ୍ରମିକ ଠାରୁ ପ୍ରାୟ ୫ ଲକ୍ଷ ନେଇ ମାସକୁ ମାତ୍ର ୨ ହଜାର ୫୦୦ ଟଙ୍କା ମିଳିଥାଏ । ମୃତ୍ୟୁ ପରେ ମୂଳ ଟଙ୍କା ସରକାର ନେଇଯାନ୍ତି ।

ତେଣୁ ସିଆଇଟିୟୁ ଲଗାତର ଆନ୍ଦୋଳନ କରି ବିଶେଷ କରି ୨୦୦୯ର ଐତିହାସିକ ଧର୍ମଘଟ ପରେ ସମସ୍ତ ୟୁନିୟନମାନଙ୍କୁ ସାଥିରେ ନେଇ ସେଲ୍ର ନିଜସ୍ୱ ପେନ୍ସନ ପାଇଁ ପ୍ରଚେଷ୍ଟା କରିଥିଲା । ଗତ ଏନ୍ଜେସିଏସ୍-୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ୫ ବର୍ଷିୟା ଚୁକ୍ତିନାମା ୨୦୧୪ରେ ହୋଇଥିଲା । ସେଥିରେ ଶ୍ରମିକମାନଙ୍କ ପାଇଁ ବେସିକ୍ + ଡିଏର ୬% କମ୍ପାନୀ ପ୍ରଦାନ କରିବା ଚୁକ୍ତିନାମା ହୋଇଥିଲା । ଏହା ୨୦୧୨ରୁ ଶ୍ରମିକମାନଙ୍କୁ ମିଳିବା କଥା କିନ୍ତୁ ଦୁଃଖର କଥା ଚୁକ୍ତିନାମା ସତ୍ତେ୍ୱ କେନ୍ଦ୍ର ସରକାର ଓ ସେଲ୍ କର୍ତ୍ତୃପକ୍ଷଙ୍କ ଶ୍ରମିକ ବିରୋଧି ନୀତି ଯୋଗୁଁ ତଥା ଦୁର୍ବଳ ଶ୍ରମିକ ଆନ୍ଦୋଳନ ଯୋଗୁଁ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବିଗତ ଦିନରେ ବହୁ ସମୟରେ ସେଲ୍ର ପନ୍ସନ ସବ୍କମିଟି ବସି ଏଲ୍ଆଇସି ସହ ଆନ୍ୟୁଇଟି ନେଇ କରିବା ନିଷ୍ପତ୍ତି ହୋଇଥିଲା । ଏହାଦ୍ୱାରା ପ୍ରତି ଶ୍ରମିକଙ୍କର ଏସ୍ଇଏସ୍ବିଏଫ୍ର ଟଙ୍କା ବେସ୍ ମନି ହେବ ନିଜର ୨% ସହ କମ୍ପାନୀର ୬% ନେଇ ଏଲ୍ଆଇସିର ଆନ୍ୟୁଇଟି କିଣାଯିବ । ପ୍ରତି ଶ୍ରମିକ ୧ ଲକ୍ଷ ୬୨ ହଜାର ଆନ୍ୟୁଇଟିରେ ମାସିକ ୧ ହଜାର ପେନ୍ସନ ପାଇବେ ।

ଅବସର ସମୟରେ ଯଦି ୧୬ ଲକ୍ଷ ହୁଏ ତେବେ ମାସିକ ୧୦ ହଜାର ପେନ୍ସନ ପାଇବେ ଓ ମୃତ୍ୟୁ ପରେ ଉତ୍ତରାଧିକାରୀ ମୂଳ ୧୬ ଲକ୍ଷ ଟଙ୍କା ଫେରିପାଇବେ । ଗତ ଚୁକ୍ତିନାମା ପରେ ବିଏମ୍ଏସ୍ ୯% ଦାବି କରି ଶେଷରେ ୬%ରେ ସ୍ୱାକ୍ଷର କରିଛି । ଏହାସତ୍ତେ୍ୱ ମଧ୍ୟ କମ୍ପାନୀ ଶ୍ରମିକଙ୍କ ଦେୟ ଦେଉନାହିଁ । ଯେଉଁଥି ପାଇଁ ଗତ ଜୁଲାଇ ୧୭ ତାରିଖ ଦିନ ଦିଲ୍ଲୀ ଠାରେ ଇସ୍ପାତ ମନ୍ତ୍ରୀଙ୍କ ସହିତ ସମସ୍ତ ୟୁନିୟନ ଓ ଅନ୍ୟ ଇସ୍ପାତ କମ୍ପାନୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ୟୁନିୟନ କମ୍ପାନୀ ୩ ବର୍ଷର କ୍ଷତି ପାଇଁ ୬% ବଦଳରେ ୨% ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେଲ୍ କର୍ତ୍ତୃପକ୍ଷ ୨ ମାସ ମଧ୍ୟରେ କମ୍ପାନୀ ଦେୟର ରିପୋର୍ଟ ଦେବାକୁ କହିଛନ୍ତି । କମ୍ପାନୀ ଦେୟ ଦେଲେ ଏସ୍ଇଏସ୍ବିଏଫ୍ର ଟଙ୍କାରେ ଏଲ୍ଆଇସିର ଆନ୍ୟୁଇଟି ନେଲେ ପେନ୍ସନ ହେବ ।

କମ୍ପାନୀ ଏନ୍ଜେସିଏସ୍ର ନେତୃବୃନ୍ଦଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶିତ କାର୍ଯ୍ୟକ୍ରମ ବା ଟଙ୍କା ଦେଇନାହିଁ । ସବ୍କମିଟି ବସି ନାହିଁ । ଏସ୍ଇଏସ୍ବିଏଫ୍ କମିଟି ବସି ନାହିଁ । ୟୁନିୟନମାନେ ୬%ରୁ କମ୍ରେ ରାଜି ହେଉନାହାନ୍ତି । ଏବେ ବିଶେଷ ସୂତ୍ରରୁ କମ୍ପାନୀ ଦେୟ ୨% ୨୦୧୩ ପର୍ଯ୍ୟନ୍ତ ଦେବ ଓ ୨୦୧୮ରେ କାର୍ଯ୍ୟକାରୀ ହେବା ମନ୍ଦ ଉଦ୍ଦେଶ୍ୟ ତଥା ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବିରୁ ବଞ୍ôଚତ କରିବା ପାଇଁ ପ୍ରଚାର କରାଯାଉଛି । ସିଆଇଟିୟୁ ତରଫରୁ ଏ ପ୍ରକାର ପ୍ରଚାରକୁ ଗ୍ରହଣ କରାଯାଉ ନାହିଁ । ସେଲ୍ କର୍ତ୍ତୃପକ୍ଷ ରିପୋର୍ଟ ଦେଲେ ଏହା ଉପରେ ବିବରଣୀ ଦିଆଯିବ ବୋଲି ସାଧାରଣ ସମ୍ପାଦକ ବସନ୍ତ ନାୟକ କହିଛନ୍ତି । ଆସନ୍ତାକାଲି କଲିକତା ଠାରେ ଅବସର ଶ୍ରମିକମାନଙ୍କ ଏକ ବୈଠକ ଏସ୍ଡବ୍ଲ୍ୟୁଏଫ୍ଆଇ ଡାକରାରେ କରାଯାଉଛି । ସେଠାରେ ପେନ୍ସନ ଓ ମେଡିକ୍ଲେମ୍ ଏବଂ କମ୍ପାନୀ କ୍ୱାର୍ଟର ସମ୍ପର୍କରେ ବିଶଦ ଆଲୋଚନା କରାଯିବ ।

By amfnews

Related Post