Sat. Mar 7th, 2026
183 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁଞ୍ଜିକଆଁ ଛକ ନିକଟସ୍ଥ ସାରଥି ନରସିଂହ ନଗରରେ ରହୁଥିବା ସେନା କର୍ମଚାରୀ ରବୀନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ଘରୁ ଲୁଟ୍‌ ହୋଇଛି।

ଗତକାଲି ରାତିରେ ରବୀନ୍ଦ୍ରଙ୍କ ପରିବାର ଲୋକେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଝରକା କାବଟ ଭାଙ୍ଗି ତାଙ୍କ ଘର ଭିତରେ ପଶିଥିଲେ। ସେମାନେ ୧୦ ହଜାର ନଗଦ ଟଙ୍କା ସହିତ ସୁନା ମୁଦି ଓ ମୋବାଇଲ ଫୋନ୍‌ ଲୁଟି ନେଇ ଯାଇଥିଲେ। ଏନେଇ ରବୀନ୍ଦ୍ରଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post