କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରଛାତ୍ରୀମାନେ ହାତରେ କଳାପତାକା ଓ ପାଟିରେ କଳା କପଡ଼ା ବାନ୍ଧି ସଭାକୁ ବର୍ଜନ କରିଛନ୍ତି । ଉତ୍ସବ ସ୍ଥଳରେ ଆସି ଧାରଣାରେ ବସିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ରକ୍ଷା କରି ନଥିବା ନେଇ ଅଭିଯୋଗ ହୋଇଛି । ତେବେ କୁଳପତିଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ସୂଚନା ମିଳିଛି ।
ଆଜି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୦ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । କିନ୍ତୁ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଓ ହଷ୍ଟେଲଗୁଡ଼ିକର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ହାତରେ କଳାପତାକା ଓ ମୁହଁରେ କଳା କପଡ଼ା ବାନ୍ଧି ଏକ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ଧାରଣା ଦେବା ସହ ନାରାବାଜି କରିଥିଲେ । ପୂର୍ବରୁ ଛାତ୍ରଛାତ୍ରୀ ୬୦ ଦଫା ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୁଳପତି ତାହାକୁ ପାଳନ କରି ନ ଥିବା ଅଭିଯୋଗ କରିଛନ୍ତି । ଏହା ପରେ କୁଳପତି ସଚ୍ଚିଦାନନ୍ଦ ମହାନ୍ତି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।