Sat. Nov 16th, 2024

ସେକ୍ଟର-୧୫ ମାର୍କେଟ କମିଟି ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

By amfnews Aug 23, 2018 #Featured
153 Views

ରାଉରକେଲା, ୨୩ା୮ : ଭାରତର ବିଶିଷ୍ଟ ଜନନେତା, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶବାସୀ ଅଶ୍ରୁଳ ବିଦାୟ ଦେଇଥିବା ବେଳେ ସ୍ଥାନୀୟ ସେକ୍ଟର-୧୫ ମାର୍କେଟ ବ୍ୟବସାୟୀମାନେ ସେହି ବରପୁତ୍ର, ଯୋଗଜନ୍ମା, ମହାନ ଜନନାୟକ, ବିଶିଷ୍ଟ କବିଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେକ୍ଟର-୧୫ ସ୍ଥିତ କମ୍ୟୁନିଟି ସେଣ୍ଟର ସଭାପତି ସୁଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ୱ ଓ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ କମଳାକାନ୍ତ ନାୟକ, ଜିଲା ସମ୍ପାଦକ ପ୍ରିୟବ୍ରତ ଭଞ୍ଜ ଓ ରଘୁନାଥପାଲୀ ବିଜେଡି ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ପରିଚାଳନାରେ ସ୍ଥାନୀୟ କମ୍ୟୁନିଟି ସେଣ୍ଟର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।

ଏହି ସଭାରେ ଉପସ୍ଥିତ ନେତୃମଣ୍ଡଳୀ ତଥା ସଦସ୍ୟମାନେ ସେହି ମହାନ ବ୍ୟକ୍ତିତ୍ୱ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ଉପସ୍ଥିତ ସଦସ୍ୟମାନେ ସେହି ଯୁଗପୁରୁଷଙ୍କ ସ୍ମୃତିଚାରଣ କରିବା ସହ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଜ ଗୁରୁଦାୟିତ୍ୱ ତୁଲାଇଥିବା ବେଳେ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେଥିପାଇଁ ସେ ଦେଶବାସୀଙ୍କ ନିକଟରେ ଚୀରସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ସେହି ଯୋଗଜନ୍ମା ସ୍ୱର୍ଗତ ବାଜପେୟୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଶୁଭେନ୍ଦୁ ମାଝି, ସମୀର ରଞ୍ଜନ ଦାସ, ଆଲୋକ ନାୟକ, ବିଷ୍ଣୁ ବିଶ୍ୱାଳ, ନିର୍ମଳ କଳାକାର ପ୍ରଧାନ, ଧବଳେଶ୍ୱର ବିଶ୍ୱାଳ, ସୋମନାଥ ଆଚାର୍ଯ୍ୟ, ବିଷ୍ଣୁ ବିଶୋୟୀ, କେଶବ ଆଚାର୍ଯ୍ୟ, ସୁଜିତ ସାହୁ, ରାଘବେନ୍ଦ୍ର ଠାକୁର, ଦେବାଶିଷ ମହାନ୍ତି, ସୁଶାନ୍ତ ପ୍ରଧାନ, ପ୍ରତିଶ ରାୟ, ସୌମ୍ୟରଞ୍ଜନ ପ୍ରଧାନ, ପ୍ରତୀକ୍ଷା ମିଶ୍ର, ମୋନାଲିସା ହରପାଲ, ସଞ୍ôଚତା ଶତପଥୀ, ରଜତ କରଙ୍କ ମାର୍କେଟର ବହୁ ବ୍ୟବସାୟୀମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

By amfnews

Related Post