Wed. Jan 22nd, 2025

ସୁରକ୍ଷାବାହିନୀ ଏବଂ ଆତଙ୍କୀ ଜଣେ ଅନ୍ୟଜଣଙ୍କ ପରିବାରର କ୍ଷତି କରିବା ନିନ୍ଦନୀୟ ; ମେହବୁବା ମୁପ୍ତି

By amfnews Aug 31, 2018 #Featured
344 Views

ନୂଆଦିଲ୍ଲୀ, ଅଗଷ୍ଟ ୩୧  :

କାଲି ରାତ୍ରୀରେ ଜାମ୍ମୁ କାଶ୍ମୀରର ଅଲଗା ଅଲଗା ସ୍ଥାନରୁ ପୁଲିସକର୍ମୀଙ୍କ ସମ୍ପର୍କୀୟଙ୍କୁ ଅପହରଣ କରିବାକୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁପ୍ତି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି, ସୁରକ୍ଷାବାହିନୀ ଏବଂ ଆତଙ୍କୀ ଜଣେ ଅନ୍ୟ ଜଣଙ୍କ ପରିବାରକୁ ନିଶାନା ଲଗାଉଛନ୍ତି । ଏହା ବହୁତ ନିନ୍ଦନୀୟ । ପରିବାରର ସଦସ୍ୟମାନଙ୍କ ନିୟନ୍ତ୍ରଣ ନଥିବା ବିଷୟରେ ସେମାନଙ୍କୁ ହଇରାଣ ନକରାଯିବା ଉଚିତ୍ ।

ସୂଚନା ମୁତାବକ, ଜାମ୍ମୁ କାଶ୍ମୀରର ଅଲଗା ଅଲଗା ସ୍ଥାନରେ ଆତଙ୍କବାଦୀମାନେ ପୁଲିସକର୍ମୀଙ୍କର ସମ୍ପର୍କୀୟଙ୍କୁ ଅପହରଣ କରି ନେଇଛନ୍ତି । ତ୍ରାଲରୁ ଅପହୃତ ହୋଇଥିବା ଆରିଫ ରାଠୋରଙ୍କ ପରିବାର ତାଙ୍କର ମୁକ୍ତି ନିମନ୍ତେ ଆତଙ୍କୀମାନଙ୍କ ପାଖରେ ଅପିଲ କରି ସାରିଛନ୍ତି । ଜାମ୍ମୁ କାଶ୍ମୀର ପୁଲିସ ଏହି ମାମଲାରେ ଯାଂଚ କରୁଛି । ଯାଂଚ ପରେ ଏହି ବିଷୟରେ ସୂଚନା ଦିଆଯିବ ବୋଲି କୁହାଯାଇଛି । ଆତଙ୍କୀ ସଲାଉଦ୍ଦୀନର ପୁଅକୁ ଗିରଫ କରାଯିବା କାରଣରୁ ଆତଙ୍କୀମାନେ ଏପରି କରିଛନ୍ତି । ପୁଲିସ ଏହି ସମସ୍ତଙ୍କର ତଲାଶ ପାଇଁ ସମ୍ପୂର୍ଣ୍ଣ ରାଜ୍ୟରେ ତଲାଶ ଅଭିଯାନ ଆରମ୍ଭ କରିଛି ।

By amfnews

Related Post