Mon. Dec 23rd, 2024

ସୁରକ୍ଷାକୁ ଫୁ, ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ବିତର ବେଢା ଫଟୋ

By amfnews Feb 13, 2021 #Featured
143 Views

ପୁରୀ, ଫେବୃଆରୀ 5 : ମାନୁ ନାହାଁନ୍ତି କଟକଣା । ଫେଲ ମାରୁଛି ମନ୍ଦିରର ସୁରକ୍ଷା ବ୍ୟବସ୍ଥା । କାରଣ ଭାଇରାଲ ହୋଇଛି ଶ୍ରୀମନ୍ଦିରର ଭିତର ଫଟୋ ।  ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ୍ ହେବା ପରେ ଏହା ଭାଇରାଲ ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । 

ସୂଚନାନୁସାରେ, ଇନଷ୍ଟାଗ୍ରାମରେ ଶାଲିନୀ ପାସି ନାମକ ଜଣେ ୟୁଜର ଫଟୋ ସେୟାର କରିଛନ୍ତି । ସେ ଅପଲୋଡ୍ କରିଥିବା ୯ଟି ଫଟୋ ମଧ୍ୟରୁ ୨ଟି ଭିତର ବେଢାର ଫଟୋ ରହିଛି । ଏହି ଫଟୋ ମନ୍ଦିରର ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ସମ୍ମୁଖରୁ ଉତ୍ତୋଳନ ହୋଇଛି । ତେବେ ସେ ଇନଷ୍ଟାଗ୍ରାମରେ ଫେବ୍ରୁଆରୀରେ ୨ ତାରିଖରେ ଏହି ଫଟୋ ପୋଷ୍ଟ କରିଥିଲେ । ଏବୁସଦ୍ଧା ଫଟୋରେ ୫୮୧ଟି ଲାଇକ୍ ଓ ୨୪ କମେଣ୍ଟ ଆସିଛି ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଅନେକ ଥର ମନ୍ଦିରର ବିତର ବେଢା ଫଟୋ ଭାଇରାଲ ହୋଇଛି । ଫେସବୁରେ ଅନେକ ଫଟୋ ପୋଷ୍ଟ କରାଯାଉଛି । ତେବେ ଏସବୁକୁ ନେଇ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ ଭାବେ ଆଙ୍ଗୁଳି ନିର୍ଦ୍ଦେଶ କରାଯାଉଛି ।

By amfnews

Related Post