Sat. Mar 7th, 2026

ସୁବର୍ଣ୍ଣପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା, ସ୍କୁଟିରେ ଯାଉଥିବା ଦୁଇଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ

204 Views

ସୁବର୍ଣ୍ଣପୁର: ଆଜି ସକାଳେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ସିଆଲଝୋଲି-କୁକୁଡ଼ାଝୋର ନିକଟରେ ଏକ ସ୍କୁଟି (ନମ୍ବର ଓଡି ୦୩ ସି ୯୨୪୯)ଓ ବିପରୀତ ଦିଗରୁ ଆସୁଥିବା ଏକ ୭୦୯ ଡାଲା ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଦୁର୍ଘଟଣା ଘଟିଛି। ଡାଲା ଗାଡ଼ିଟି ସୁବର୍ଣ୍ଣପୁରରୁ ବଲାଙ୍ଗୀର ଆଡ଼କୁ ଯାଉଥିବା ବେଳେ ସ୍କୁଟିରେ ଯାଉଥିବା ଦୁଇଜଣ ଯୁବକ ବଲାଙ୍ଗୀରରୁ ସୁବର୍ଣ୍ଣପୁର ଆଡ଼କୁ ଯାଉଥିଲେ।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ସ୍କୁଟିରେ ଯାଉଥିବା ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇବା ମାତ୍ରେ ହରଡଖୋଲ ଫାଣ୍ଡି ଅଧିକାରୀ ସଂଜୀବ କୁମାର ବସ୍ତିଆ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କର ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ଲାଗି ବନ୍ଦୋବସ୍ତ କରୁଥିବାର ଖବର ମିଳିଛି। ପୁଲିସ୍ ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post