171 Views
ନୂଆଦିଳ୍ଲୀ : ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର ସାମ୍ବିଧାନିକ ଖଣ୍ଡପୀଠରେ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ସଂପର୍କରେ ଜବାବ ରଖବାକୁ କେନ୍ଦ୍ର ସରକାରଙ୍କୁ ୨୮ ଦିନ ସମୟ ଦିଆଯାଇଛି। ସୁପ୍ରିମ୍କୋର୍ଟ ଧାରା ୩୭୦ ସଂପର୍କିତ ସମସ୍ତ ଅଭିଯୋଗର ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ୨୮ ଦିନ ସମୟ ଦେଇଥିବା ବେଳେ ଏହା ଉପରେ ଜବାବ ରଖିବା ପାଇଁ ଆବେଦନକାରୀଙ୍କୁ ୧ ସପ୍ତାହ ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ ତାରିଖରେ ହେବା ଲାଗି ସ୍ଥିର ହୋଇଛି। ଏହି ଶୁଣାଣି ସମୟରେ ଆବେଦନକାରୀଙ୍କ ଅଭିଯୋଗର ଜବାବ ଲାଗି ଆଟର୍ଣ୍ଣି ଜେନେରାଲ୍ କେ କେ ଭାନୁଗୋପାଲ ୪ ସପ୍ତାହ ସମୟ ଆବଶ୍ୟକ ବୋଲି ମତ ରଖିବା ପରେ ଜମ୍ମୁ-କଶ୍ମୀର ସରକାରଙ୍କ ସୋଲିସିଟର ଜେନେରାଲ୍ ମଧ୍ୟ ଏ ମାମଲାରେ ସତ୍ୟପାଠ ଦାଖଲ ଲାଗି ସମପରିମାଣର ସମୟ ଚାହିଁଥିଲେ।