Sat. Mar 7th, 2026

ସାମ୍ନାକୁ ଆସିଲା ଦୁର୍ଘଟଣାର ସାଂଘାତିକ ଭିଡିଓ, ଚାଳକଙ୍କ ଆଖି ଲାଗିଯିବା ହେତୁ ଗାଡି ୨୦ଫୁଟ ଉପରକୁ ଉଠିଗଲା, ଚାଳକଙ୍କ ଅବସ୍ଥା କିପରି ଅଛି ଜାଣନ୍ତୁ

369 Views

ଆଶ୍ଚର୍ଯ୍ୟର କଥା ହେଉଛି କାର ଚଳାଉଥିବା  ୪୪ ବର୍ଷୀୟ ଡ୍ରାଇଭରଙ୍କୁ ଏହି ଦୁର୍ଘଟଣାରେ କୌଣସି ପ୍ରକାର କ୍ଷତି ପହଞ୍ଚି ନାହିଁ।  ଏପରିକି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ଶରୀରରେ ଆଲକହଲ ନଥିବା ମଧ୍ୟ ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡି ଚଳାଇବା ସମୟରେ ଡ୍ରାଇଭରଙ୍କୁ ହଠାତ ନିଦ ଆସିଯାଇଥିଲା, ଯେଉଁ କାରଣରୁ ଏପରି ସାଂଘାତିକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ କାରଟି ପାଖାପାଖି ୨୦ ଫୁଟ୍‌ ଉପରକୁ ଚାଲିଯାଇଥିଲା। ଏହି ଘଟଣା ଉତ୍ତର-ପୂର୍ବ ସ୍ଲୋଭାକିଆର ପୋପରାଡ ନାମକ ସ୍ଥାନରେ ଥିବା ବୋରିକ୍‌ ସୁଡଙ୍ଗରେ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

By amfnews

Related Post