Thu. Dec 26th, 2024

ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲି ଉପରେ ଆସନ୍ତା 20ରେ ହେବ ଶୁଣାଣୀ : ସୁପ୍ରିମକୋର୍ଟ

By amfnews Jan 18, 2021 #Featured
152 Views

ନୂଆଦିଲ୍ଲୀ, ଜାନୁଆରୀ 18 : ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲିକୁ ନେଇ ଶୁଣାଣୀ ଆସନ୍ତା 20 ତାରିଖରେ ହେବ । ତେବେ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ ନା ନାହିଁ ସେନେଇ ପୋଲିସ ନିଷ୍ପତ୍ତି ନେବ ବୋଲି ସଂକେତ ଦେଇଛନ୍ତି ସୁପ୍ରିମକୋର୍ଟ । ଗଣତନ୍ତ୍ର ଦିବସରେ ଏହି ରାଲି ହେବାକୁ ଯାଉଛି ତେଣୁ ପୋଲିସ କୋର୍ଟରେ ଏକ ଯାଚିକା ଦାୟର କରିଛି  ।  ବୁଧବାର ପୁଣି କୋର୍ଟରେ ଏହା ଉପରେ ଶୁଣାଣି ହେବ ।

ସାଧାରଣତନ୍ତ୍ର ଦିବସ ଅବସରରେ ରାମଲୀଲା ମଇଦାନରେ କୃଷକଙ୍କ ଟ୍ରାକ୍ଟର ରାଲି ହେଲେ ସମସ୍ୟା ହେବ  ।  ଦିଲ୍ଲୀକୁ କିଏ ପ୍ରବେଶ କରିପାରିବ ଆଉ କିଏ ନୁହେଁ, ସେନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେଇପାରିବେ  । ତେଣୁ କୃଷକ ରାଲି କରିପାରିବେ କି ନାହିଁ, ସେନେଇ ପୋଲିସ ନିଷ୍ପତ୍ତି ନେବ  । କୃଷି ଆଇନକୁ ବିରୋଧ କରି ଅନ୍ନଦାତାମାନେ ପ୍ରାୟ ଦୁଇ ମାସ ହେବ ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି  । ଏବେସୁଦ୍ଧା ସରକାର ଓ କୃଷକଙ୍କ ମଧ୍ୟରେ 9 ଥର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପର୍ସ ବାହାରିପାରି ନାହିଁ । ଉଭୟ ପକ୍ଷ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ସହମତି ପ୍ରକାଶ ପାଇଥିଲେ ମଧ୍ୟ କୃଷକ ସଙ୍ଗଠନ ତିନୋଟି ଆଇନକୁ ହଯାଇବାକୁ ନେବା ପାଇଁ ଦାବୀ କରୁଛନ୍ତି  । କେନ୍ଦ୍ର କୃଷି ଆଇନ ବିରୋଧରେ ଜାନୁଆରୀ 26 ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀମାନେ ଦିଲ୍ଲୀର ରାମଲୀଲା ମଇଦାନରେ ବିଶାଳ ଟ୍ରାକ୍ଟର ରାଲି କରିବେ ବୋଲି ଚେତାବନୀ ଦେଇଥିଲେ  ।

By amfnews

Related Post