Sat. Mar 7th, 2026

ସାତକୋଶିଆରେ ହରିଣ ଶିକାର : ମା˚ସ ଭାଗ ବଣ୍ଟା ବେଳେ ଧରପଗଡ଼, ୭ ଗିରଫ

205 Views

ବନ୍ତଳା : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଗତ ରାତିରେ ୭ଜଣ ଶିକାରୀ କୁକୁର ଲଗାଇ ହରିଣ ଶିକାର କରିବା ପରେ ମା˚ସକୁ ଭାଗବାଣ୍ଟି ଘରକୁ ନେଉଥିବା ବେଳେ ବନ ବିଭାଗ ହାତରେ ଧରାପଡ଼ିଛନ୍ତିି। ଗିରଫ ଅଭିଯୁକ୍ତମାନେ ହେଲେ ଗୋପାଳପୁର ଅଞ୍ଚଳର କ୍ଷେତ୍ରବାସୀ ନାୟକ (୪୫), ନରୁ ବେହେରା (୪୦), ବ୍ରଜ ଅମାନ୍ତ (୩୭), ଦୁର୍ଯ୍ୟ ପଧାନ (୫୦), କୁମୁଦିନୀ ନାୟକ (୩୨), ବୁଧେଇ ନାୟକ (୪୦), ରଜନୀ ନାୟକ (୫୦)। ବିଭାଗୀୟ କର୍ମଚାରୀମାନେ ସେମାନଙ୍କଠାରୁ ହରିଣ ମା˚ସ, ଚମଡ଼ା ଓ ଟାଙ୍ଗିଆ ଜବତ କରିଛନ୍ତି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲ‌ାଣ କରାଯାଇଛି।

By amfnews

Related Post