Sun. Mar 8th, 2026

ସାଙ୍ଗରେ ନ ଆସିବାରୁ ସ୍ତ୍ରୀଙ୍କୁ କଇଁଚି ଭୁସି ମାରିଲେ ସ୍ୱାମୀ

181 Views

ନୂଆଦିଲ୍ଲୀ:କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଲା। ରାସ୍ତାରେ ଅଟୋରେ ଯାଉଥିଲେ ଏହି ପତି-ପତ୍ନୀ। ସ୍ୱାମୀ ରାଗିଯାଇ ସ୍ତ୍ରୀଙ୍କୁ ଅଟୋରୁ ଓହ୍ଲାଇ ଦେଇ ତାଙ୍କର ପେଟ,ବେକ ଓ ଶରୀରର ଅନ୍ୟାନ୍ୟ ଅଙ୍ଗରେ କଇଁଚି ଭୁଷି ଦେଲେ।

ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଛି। ତିନି ଦିନତଳେ ସ୍ୱାମୀ-ସ୍ତ୍ରୀଙ୍କ ମତଭେଦ ହେବା ଫଳରେ ସ୍ତ୍ରୀ ନିଜ ଭଉଣୀ ଘରକୁ ଚାଲି ଯାଇଥିଲେ। ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବାକୁ ଅଟୋରେ ଯାଇଥିଲେ। ହେଲେ ସ୍ତ୍ରୀ ରାଜି ହୋଇନଥିଲେ। ସେ ଅନ୍ୟ ଏକ ଅଟୋରେ ଚାଲିଗଲେ। ସ୍ୱାମୀ ତାଙ୍କର ପିଛା କରିଥିଲେ ଓ ନଜଂଗଡ ରୋଡରେ ଥିବା କାଲରା ହସ୍ପିଟାଲ ପାଖରେ ସ୍ତ୍ରୀଙ୍କୁ ଅଟୋକୁ ଅଟକାଇ ତାଙ୍କୁ ଟାଣି ଆଣିଥିଲେ। ତା’ପରେ ସେ କଇଁଚିରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପୁଲିସ କହିବା ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ନିଜ ସାଙ୍ଗରେ କଇଁଚି ନେଇ କରି ଆସିଥିଲେ। ଉଭୟଙ୍କର ଚାରିଟି ସନ୍ତାନ ଅଛନ୍ତି। ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀ ଜଣେ ଅଟୋ ଚାଳକ।

By amfnews

Related Post