Sat. Nov 23rd, 2024

ସର୍ଭେର ଖୁଲାସା, ଜୀବନକାଳରେ ୨୦ କେଜି ପ୍ଲାଷ୍ଟିକ୍ ଖାଉଛନ୍ତି ଲୋକେ

By amfnews Dec 9, 2020 #Featured
169 Views

ମୁମ୍ବାଇ,ଡିସେମ୍ବର ୦9 : ନିଜର ଅଜାଣତରେ ପ୍ଲାଷ୍ଟିକ ଖାଉଛନ୍ତି ଲୋକେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକ ରିପୋର୍ଟରୁ ଏନେଇ ଖୁଲାସା ହୋଇଛି । ଗାଟିଏ ସପ୍ତାହରେ ଏକ ଡେବିଟ୍ ବା କ୍ରେଡିଟ୍ କାର୍ଡ ପରିମାଣର ପ୍ଲାଷ୍ଟିକ୍ ଲୋକମାନେ ଖାଉଥିବା ଖବର ଆସିଛି । ଡବ୍ଲ୍ୟୁଡବ୍ଲ୍ୟୁଏଫ ଇଣ୍ଟରନ୍ୟାଶନାଲ୍-୨୦୧ ଦ୍ୱାରା କରାଯାଇଥିବା ସର୍ଭେରେ ଏନେଇ ସୂଚନା ମିଳିଛି । ସର୍ଭେରେ କୁହାଯାଇଛି ଯେ, ଯାହା ଆମେ ଖାଉଛନ୍ତି ସେଥିରେ ସଂକ୍ରମିତ ପିଇବା ପାଣି ଓ ଶେଲାଫିସ୍ ଭଳି ଭୋଜନ ମାଧ୍ୟମରେ ପେଟକୁ ପ୍ଲାଷ୍ଟିକ୍ ଯାଉଛି ।

ଗୋଟିଏ ବର୍ଷରେ ଆମେ ଅଗ୍ନିଶମ କର୍ମଚାରୀଙ୍କ ହେଲମେଟ୍ ମାତ୍ରାର ପ୍ଲାଷ୍ଟିକ ଖାଉଛେ । ଏହା ବହୁତ ଅଧିକ ଲାଗୁନତିଲେ ବି ଗୋଟିଏ ଦଶନ୍ଧିରେ ଆମେ ୨.୫ କେଜିର ପ୍ଲାଷ୍ଟିକ ଗ୍ରହଣ କରୁଛେ । ଯାହା ଶରୀର ପ୍ରତି କ୍ଷତିକାରକ । ସେହିପରି ପୁରା ଜୀବନକାଳରେ ଜଣେ ହାରାହାରି ୨୦ କେଜି ମାଇକ୍ରୋ ପ୍ଲାଷ୍ଟିକ ଖାଇଥାନ୍ତି । ଗତ ୫୦ ବର୍ଷରେ ଶସ୍ତା ଡିସ୍ପୋଜେବଲ ଉତ୍ପାଦ ମାଧ୍ୟମରେ ପ୍ଲାଷ୍ଟିକର ଉତ୍ପାଦନ ବୃଦ୍ଧି ପାଇଛି । ଏହା ମାଟିରେ ନମିଶି ଛୋଟଛୋଟ ଖଣ୍ଡରେ ଭାଙ୍ଗିଯାଏ । ପରେ ଏହା ଚାଷଜମିରେ ଜମା ହୋଇଯାଏ । 

ଦକ୍ଷିଣ ଆଫ୍ରିକାର ପରିବେଶବିତ ମ୍ୟାକକୁଲମ ହଡସନ୍ କହିଛନ୍ତି ଯେ, ସମୁଦ୍ର ତଟରେ ଅନେକ ପ୍ଲାଷ୍ଟିକ ଆବର୍ଜନା ଦେଖିବାକୁ ମିଳେ । ଏହା ଛୋଟଛୋଟ କଣିକାରେ ପରିଣତ ହୋଇଥାଏ । ଯାହାକୁ ଦେଖିବା କଷ୍ଟକର । ଏପରି ଭାବେ ଏହା ଶରୀରକୁ ଯାଇ ରୋଗ ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି ।

By amfnews

Related Post