Fri. Mar 6th, 2026

ସରିଲା ପବଜିର ଟ୍ରେଣ୍ଡ, ଆସିଲା ବଲିଉଡ ଅଭିନେତାଙ୍କ ଫୌଜି ଗେମିଂ ଆପ

291 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୫ : ଗେମିଂ ଆପ ପବଜି ବ୍ୟାନ ହେବା ପରେ ଇଣ୍ଡିଆନ୍ ଫାର୍ମ ଦ୍ବାରା ବ୍ୟାଟେଲ ରୟାଲ ଭିଡିଓ ଗେମ୍ ଫୌ-ଜି ଲଞ୍ଚ୍ ହେବ ବୋଲି ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର ଜଣାଇଛନ୍ତି । ଅକ୍ଷୟ କୁମାରଙ୍କ ବୁଝାମଣାରେ ବେଙ୍ଗାଲୁରୁର ଏନ୍ କୋର ଗେମ୍ ଦ୍ବାରା ଫୌ-ଜି ଅକ୍ଟୋବର ଶେଷ ସୁଦ୍ଧା ଲଞ୍ଚ କରାଯିବା ନେଇ କମ୍ପାନିର କୋ-ଫାଉଣ୍ଡର ବିଶାଳ ଗୋଂହଲ ଏହି ସୂଚନା ଦେଇଛନ୍ତି।

ଏହି ଗେମର ପ୍ରଥମ ଲେବଲ ଗଲଓ୍ବାନ ଘାଟି ଉପରେ ଆଧାରିତ। ଜୁନରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଯୁଦ୍ଧରେ ୨୦ ଭାରତୀୟ ଯାବନ ଶହୀଦ ହୋଇଥିଲେ। ଏହାକୁ ନେଇ ସେବେଠୁ ଚୀନ ଓ ଭାରତ ମଧ୍ୟରେ ବିବାଦ ଲାଗି ରହିଛି।

ଏହାକୁ ଭିତ୍ତି କରି ଭାରତ ସରକାର ଚୀନ ଉପରେ ପ୍ରଥମେ ଡିଜିଟାଲ ଷ୍ଟ୍ରାଇକ୍ କରିଥିଲେ। ଯଦ୍ଦ୍ବାରା ଟିକକଟକ୍ ସମେତ ଆହୁରି କିଛି ଲୋକପ୍ରିୟ ଆପ୍ ଉପରେ କଟକଣା ଲାଗିଥିଲା। ତାପରେ ୧୧୮ ଆପ୍ସ ବ୍ୟାନ ହୋଇଥିଲା  ।

By amfnews

Related Post