Sat. Mar 7th, 2026

ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ ନାଁରେ ମଇଁଷି ଚୋରି ଅଭିଯୋଗ

249 Views

ଲକ୍ଷ୍ନୌ  :   ସମାଜବାଦୀ ପାର୍ଟିର ରାମପୁର ଲୋକସଭା ସାଂସଦ ଆଜମ ଖାନ୍ ମଇଁଷି ଚୋରି କରିଥିବା ଅଭିଯୋଗ ହୋଇଛି। ଗତକାଲି ତାଙ୍କ ବିରୋଧରେ ଅସିଫ୍ ଏବଂ ଜାକିର ଅଲ୍ଲୀ ନାମକ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ସାଂସଦ ଆଜମ୍ ଖାନ୍ ଓ ତାଙ୍କ ସହିତ ଅନ୍ୟ ୫ ଜଣ ଅକ୍ଚୋବର ୧୫, ୨୦୧୬ରେ ତାଙ୍କ ଘରେ ଜୋର ଜବରଦସ୍ତି ପଶି ମଇଁଷି ନେଇଯାଇଥିଲେ। ଏଥିପାଇଁ ୨୫ ହଜାର ଟଙ୍କା ଦେଇଥିଲେ। ଏହାପରେ ତାଙ୍କ ଘରକୁ ଭାଙ୍ଗି ଦେଇଥିଲେ।

ଅଭିଯୋଗକାରୀ କହିଛନ୍ତି ଆଜମ୍ ଖାନ୍ ଏକ ସ୍କୁଲ ତାଙ୍କ ଘର ନିକଟରେ ନିର୍ମାଣ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଘର ଖାଲି କରିବାକୁ କହିଥିଲେ। ସେମାନେ ତାଙ୍କ କଥାରେ ରାଜି ନହେବାରୁ ତାଙ୍କ ଦ୍ୱାରା ପାଳିତ ମଇଁଷିକୁ ନେଇ ଯିବା ସହିତ ଘର ଭାଙ୍ଗି ଦେଇଥିଲେ।

ସୂଚନାଯୋଗ୍ୟ, ନିକଟରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଜମି ମାଫିଆ ଘୋଷିତ ହୋଇଛନ୍ତି ସାଂସଦ ଆଜମ୍ ଖାନ୍। ସେ ୫୦ରୁ ଅଧିକ ଜାଗା ବଳପୂର୍ବକ ଅକ୍ତିଆର କରିଥିବା ୟୁପି ସରକାର ଘୋଷଣା କରିଛନ୍ତି। ଏମିତିକି ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ମହମ୍ମଦ ଅଲ୍ଲୀ ଗୌହର ବିଶ୍ୱବିଦ୍ୟାଳୟରେ ଚୋରି ହାଇଥିବା କୋରାନ ମିଳିଥିଲା।

By amfnews

Related Post