217 Views
ନୂଆଦିଲ୍ଲୀ, ଅଗଷ୍ଟ ୨୧:
ଇଣ୍ଡୋନେସିଆର ରାଜଧାନୀ ଜାକାର୍ତା ଓ ପଲିମବାଙ୍ଗରେ ଚାଲୁଥିବା ୧୮ତମ ଏସିଆନ ଗେମର ଦ୍ୱିତୀୟ ଦିନର ସଫଳତା ପରେ ଭାରତ ଆଗରେ ତୃତୀୟ ଦିନରେ କେତୋଟି ମହତ୍ୱପୁର୍ଣ୍ଣ ଖେଳ ଚ୍ୟାଲେଞ୍ଜ ପୂର୍ଣ୍ଣ ହେବ ।
ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଆଶାନୁଯାୟୀ କୁସ୍ତିରେ ଐତିହାସିକ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିସାରିଛନ୍ତି । ଏହା ପରେ ସୁଟିଂରେ ୩୭ ବର୍ଷୀୟ ସଂଜୀବ ରାଜପୁତ ରୌପ୍ୟ ପଦକ ଜିତିଛନ୍ତି । ସେ ମଙ୍ଗଳବାର ୫୦ ମିଟର ରାଇଫଲ ୩ ପୋଜିସନରେ ଦ୍ୱୀତିୟ ସ୍ଥାନରେ ରହି ଭାରତକୁ ତୃତୀୟ ରୌପ୍ୟ ପଦକ ଜିତାଇଛନ୍ତି ।
ସଂଜୀବଙ୍କ ସ୍କୋର ୪୫୨.୭ ରହିଛି । ଚୀନର ଜିଚେଙ୍ଗ ହୁଇ ୪୫୩.୩ ଙ୍କ ସ୍କୋର ରହିଥିବା ବେଳେ । ଜାପାନର ସୁଟରଙ୍କ ସ୍କୋର ୪୪୧,୪ ସହିତ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ଭାରତର ସୁଟିଂରେ ଏହା ତୃତୀୟ ମେଡାଲ ରହିଛି । ଏସିଆନ ଖେଳରେ ଭାରତକୁ ବତମାନ ସୁଦ୍ଧା ୮ଟି ପଦକ ମିଳିଛି।