Tue. Mar 18th, 2025

ଷ୍ଟାଡିୟମ୍‌ରୁ ବାହାରୁଥିବା ବେଳେ ଲୋକେ ଚିଲାଇଲେ ‘ମାଲ୍ୟା ଚୋର୍‌ ହୈ’

By amfnews Jun 10, 2019 #Featured
205 Views

ଲଣ୍ଡନ : ଗତକାଲି ଲଣ୍ଡନର କେନିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ଭାରତ ଓ ଅଷ୍ଚ୍ରେଲିଆ କ୍ରିକେଟ୍ ମ୍ୟାଚ୍ ଦେଖି ଫେରୁଥିବା ବେଳେ ‘ପଳାତକ’ ଘୋଷିତ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଷ୍ଟାଡିୟମ୍‌ ବାହାରେ ଲୋକେ ‘ଚୋର ହୈ’ ବୋଲି କହି ଚିଲାଇ ଥିଲେ।

ବିଜୟ ମାଲ୍ୟା ତାଙ୍କ ମାଆଙ୍କ ସହିତ ଷ୍ଟାଡିୟମ୍‌ ବାହାରକୁ ଆସିବା ପରେ ଲୋକେ ତାଙ୍କୁ ଘେରି ଯାଇ ‘ଚୋର୍‌ ହୈ’ ବୋଲି ବଡ଼ ପାଟିରେ ଚିଲାଇଥିଲେ।

ଏ ନେଇ ଏକ ନ୍ୟୁଜ୍ ଏଜେନ୍ସୀକୁ ମାଲ୍ୟା କହିଛନ୍ତି,“ସେତେବେଳେ ମୁଁ କେବଳ ଏତିକି ସୁନିଶ୍ଚିତ କରିବାକୁ ଚେଷ୍ଟା କରିଥିଲି ଯେ, ମୋ ମା’ ଯେମିତି ଲୋକଙ୍କ କଥା ଶୁଣି ନ ପାରନ୍ତୁ।” ଗତକାଲି ବିଜୟ ମାଲ୍ୟାଙ୍କ ସହିତ ତାଙ୍କ ପୁଅ ସିଦ୍ଧାର୍ଥ ମଧ୍ୟ ମ୍ୟାଚ୍‌ ଦେଖୁଥିଲେ।

ନିଜର ରଙ୍ଗିଲା ମିଜାଜ ଏବଂ ସୌଖୀନ ଜୀବନଶୈଳୀ ପାଇଁ ପରିଚିତ ଥିବା ବିଜୟ ମାଲ୍ୟା ବ୍ରିଟେନକୁ ପଳାୟନ କରିଛନ୍ତି। ଇଣ୍ଟରପୋଲ୍ ତାଙ୍କ ପଛରେ ପଡ଼ିଥିବାରୁ ସେ ଅନ୍ୟ ଦେଶକୁ ମଧ୍ୟ ଯିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି।

ନିକଟରେ ବ୍ରିଟେନ୍‌ ସରକାର ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନକୁ ଲଣ୍ଡନର ଏକ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ତେଣୁ ବିଜୟ ମାଲ୍ୟା ଭାରତ ଫେରିବା ଏବେ ନିଶ୍ଚିତ ହୋଇଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ମାଲ୍ୟା ଫେରାର ହୋଇଯାଇଛନ୍ତି।

By amfnews

Related Post