Sun. Mar 16th, 2025

ଶିଶୁ ବାରମ୍ବାର କାନ୍ଦୁଥିବାରୁ , ମା’ ମୁହଁରେ ଲଗାଇଦେଲା ଫେବିକୁଇକ୍‌

By amfnews Mar 25, 2019 #Featured
239 Views

ବିହାର: ବିହାର ଛପରାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିଶୁ କାନ୍ଦରେ ବିରକ୍ତ ହୋଇ ମା’ ତାର ଓଠରେ ଫେବିକୁଇକ୍‌ ଲଗାଇ ଦେଇଥିଲା। ଏହାପରେ ଶିଶୁର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ଶିଶୁର ପିତା ତୁରନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଥିଲେ।

ଶିଶୁର ପିତାଙ୍କ କହିବାନୁସାରେ, ମୋର ଛୁଆ ବାରମ୍ବାର କାନ୍ଦିବାକୁ ଲାଗିଥିଲା। କିଛି ସମୟ ପରେ କାମରୁ ଫେରିଲା ବେଳକୁ ଶିଶୁ ପୂରା ଚୁପ୍‌ ହୋଇଯାଇଥିଲ। ଶିଶୁକୁ ଦେଖି ମୋତେ ଲାଗିଲା କି ସେ କିଛି କହିବାକୁ ଚେଷ୍ଟା କରୁଛି। ତା’ର ମୁହଁରୁ ନାଳ ବାହାରିବାରେ ଲାଗିଥାଏ।

ପତ୍ନୀଙ୍କୁ ଯେତେବେଳେ ଏବିଷୟରେ ପଚାରିଥିଲି ସେ କହିଥିଲେ ଶିଶୁ ବାରମ୍ବାର କାନ୍ଦିବାକୁ ଲାଗିଥିଲା। ଚୁପ୍‌ କରାଇବା ପାଇଁ ସେ ତା’ର ଓଠରେ ଅଠା ଲଗାଇ ଦେଇଥିଲେ। ଶିଶୁକୁ ତୁରନ୍ତ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏହି ଘଟଣା ବିଷୟରେ ଜାଣିବା ପରେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ।

By amfnews

Related Post