Thu. Jan 23rd, 2025

ଶିବରାତ୍ରୀରେ ରୁଦ୍ରାଭିଷେକ କଲେ ମନୋସ୍କାମନା ପୂରଣ ହେବ

By amfnews Mar 4, 2019 #Featured
268 Views

ନୂଆଦିଲ୍ଲୀ ,ମାର୍ଚ୍ଚ ୦୪  : ହିନ୍ଦୁ ଧର୍ମର ଏକ ବଡ ପର୍ବ ମହାଶିବରାତ୍ରୀ । ଏହି ପର୍ବ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁଦର୍ଶୀ ରେ ପାଳନ କରାଯାଏ ।  ଏହି ଦିନ ମହାଦେବଙ୍କର ଉପାସନା କଲେ ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ । ଏହି ଦିନର ବ୍ରତ, ଉପବାସ ,ମନ୍ତ୍ର ଜପର ବିଶେଷ ମହତ୍ୱ ରହିଥାଏ ।

ଏହି ଦିନ ଏକ ଦୁର୍ଲଭ ସଂଯୋଗ ଘଟିଛି, ଯାହା ପାଇଁ ଆଜିର ଦିନର ସହତ୍ୱ ବଢିଯାଇଛି । ଏହି ପର୍ବ ସୋମବାର ପଡିବା ଏକ ବଡ ସଂଯୋଗ ଅଟେ । ଏହି ବର୍ଷ ଶିବରାତ୍ରୀ କ୍ଷବଣା ନକ୍ଷତ୍ରରେ ପଡୁଛି । କ୍ଷବଣାଙ୍କ ସ୍ୱାମୀ ଚନ୍ଦ୍ରମା । କ୍ଷବଣା ନକ୍ଷତ୍ର ଏବଂ ସୋମବାର ଏକା ସାଥୀରେ ପଡୁଥିବାର ୁ ମହାଶିବରାତ୍ରୀରେ ଶୁଭ ସଂଯୋଗ ରହିଛି ।

ମହାଶିବରାତ୍ରୀରେ କିପରି କରିବେ ରୁଦ୍ରାଭିଷେକ

-କ୍ଷୀରରେ ରୁଦ୍ରାଭିଷେକ କରିବା ଦ୍ୱାରା ମନୋସ୍ଲମନା ପୂର୍ଣ୍ଣ ହୋଇଥାଏ ।

-ଯେଉଁମାନେ ରୋଗରେ ପୀଡିତ ଅଛନ୍ତି ସେମାନେ କୁଶ ଏବଂ ଗଙ୍ଗାଜଳରେ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରନ୍ତୁ ।

-ଧନ ପ୍ରାପ୍ତି ପାଇଁ ଦେଶୀ ଘିଅରେ ରୁଦ୍ରାଭିଷେକ କରନ୍ତୁ ।

-ଏହି ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଦୀର୍ଘାୟୁ ହୋଇଥାନ୍ତି ।

ଉପାୟ ୧- 

ଶିବରାତ୍ରୀ ଦିନ ମନ୍ଦିରରେ ଦୀପ ଜଳାନ୍ତୁ । ଶିବ ପୁରାଣ ଅନୁସାରେ ପୂର୍ବ ଜନ୍ମରେ କୁବେର ରାତିରେ ଶିବଲିଙ୍ଗ ପାଖରେ ଦୀପ ଲଗାଇଥିଲେ । ଏହି କାରଣରୁ ଆଗ ଜନ୍ମରେ ସେ ଦେବତା ହୋଇ ଜନ୍ମ ହୋଇଥିଲେ ।

ଉପାୟ ୨-

ଜଳରେ କେଶର ମିଶାଇ ଏହି ଜଳକୁ ଶିବଲିଙ୍ଗ ଉପରେ ଚଢାନ୍ତୁ । ଏହି ଉପାୟ କଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

ଉପାୟ ୩-

ଶିବଲିଙ୍ଗ ଉପରେ ଦୁବ ଚଢାନ୍ତୁ । ଶିବ ଏବଂ ଗଣେଶଙ୍କ କୃପା ମିଳିବ ।

ଉପାୟ ୪- 

ଶିବଲିଙ୍ଗ ଉପରେ ତେଲ ଚଢାନ୍ତୁ । ଏହି ଉପାୟ କଲେ ଶନି ଦୋଷ ଦୂର ହୋଇଥାଏ ।

ଉପାୟ ୫- 

ଶୀଘ୍ର ବିବାହ ପାଇଁ ହଳଦିଆ ବସ୍ତ୍ର ଧାରଣ କରି ୧୦୮ ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ ।

By amfnews

Related Post