Sun. Jun 8th, 2025

ଶିକ୍ଷକଙ୍କ ନୃଶଂସ କାଣ୍ଡ: ସ୍ତ୍ରୀ ଓ ତିନି ଛୁଆଙ୍କୁ ମାରି ଦେଲେ

By amfnews Jun 22, 2019 #Featured
331 Views

ନୂଆଦିଲ୍ଲୀ: ଜଣେ ଶିକ୍ଷକ ତାଙ୍କ ପତ୍ନୀ ଓ ତିନି ଛୁଆଙ୍କୁ ହତ୍ୟା କରିଛନ୍ତି। ପତ୍ନୀଙ୍କୁ ଛୁରୀ ଭୁସି ଓ ତିନି ଛୁଆଙ୍କୁ ତଣ୍ଟି ଚିପି ମାରି ଦେଇଛନ୍ତି। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀର ମହରୌଲୀ ଅଞ୍ଚଳରେ।

ଅଭିଯୁକ୍ତ ଶିକ୍ଷକଙ୍କ ନାଁ ଉପେନ୍ଦ୍ର ଶୁକ୍ଳା। ସେ ଘରୋଇ ଭାବେ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। ତାଙ୍କର ତିନି ମୃତ ଛୁଆଙ୍କ ମଧ୍ୟରେ ଦୁଇ ଜଣ ଝିଅ ଓ ଜଣେ ପୁଅ ଥିଲେ। ବଡ଼ ଝିଅକୁ ୭ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୫ ବର୍ଷ ଓ ପୁଅକୁ ମାତ୍ର ୨ ମାସ ହୋଇଥିଲା।

ଶୁକ୍ରବାର ରାତି ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଆଜି ସକାଳେ ଉପେନ୍ଦ୍ର ତାଙ୍କ ରୁମ୍‌ର କବାଟ ନ ଖୋଲିବାରୁ ତାଙ୍କ ମା’ ପାଖ ପଡ଼ୋଶୀଙ୍କୁ ଡାକି ଥିଲେ। ସେମାନେ ପୁଲିସ୍‌କୁ ସୂଚନା ଦେଇଥିଲା। ପୁଲିସ୍ ସେଠାରେ ପହଞ୍ଚିବା ପରେ ୪ଟି ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେଠାରେ ଉପସ୍ଥିତ ଉପେନ୍ଦ୍ରଙ୍କୁ ପୁଲିସ୍ ଗିରଫ କରିଥିଲା।

671ଉପେନ୍ଦ୍ର ପୁଲିସ୍ ଆଗରେ ତାଙ୍କର ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ସେ ମାନସିକ ଭାରସାମ୍ୟ ହରାଇ ଏମିତି କରିଛନ୍ତି ବୋଲି କହିଛନ୍ତି।

ପୁଲିସ୍ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ଉପେନ୍ଦ୍ରଙ୍କ ଦ୍ୱାରା ଲିଖିତ୍ ଏକ ନୋଟ୍ ବି ପୁଲିସ୍ ଜବତ କରିଛି। ଏଥିରେ ସେ ଚାରି ଜଣଙ୍କୁ ହତ୍ୟା କରିଥିବା ଲେଖିଛନ୍ତି। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପୁଲିସ୍ ଜବତ କରିଛି।

By amfnews

Related Post