284 Views

୧.ଯଦି ଆପଣଙ୍କୁ ଥକାପଣ ଅନୁଭବ ହେବା ସହ ଶରୀରରେ ଯନ୍ତ୍ରଣା ଅନୁଭବ ହେଉଛି,ତେବେ ଗୋଟେ ଗ୍ଲାସ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ସେବନ କରନ୍ତୁ ।
୨.କ୍ଷୀର ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଯଦି ଆପଣ କ୍ଷୀରରେ ହଳଦୀ ମିଶାଇ ପିଉଛନ୍ତି,ତେବେ ହଳଦୀରେ ଥିବା ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣ ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର କରିଥାଏ ।
୩.ଯଦି ଆପଣଙ୍କୁ ରାତିରେ ଠିକ୍ ଭାବରେ ନିଦ ହେଉ ନାହିଁ,ତେବେ ହଳଦୀ ମିଶା କ୍ଷୀର ପିଇବା ଆରମ୍ଭ କରନ୍ତୁ । ଶୋଇବାର ଅଧଘଣ୍ଟା ପୂର୍ବରୁ ହଳଦୀ କ୍ଷୀର ପିଅନ୍ତୁ ।
୪.ଶରୀରରେ ସର୍କରା ସ୍ତର ଅଧିକ ଥିଲେ ହଳଦୀ ମିଶା କ୍ଷୀର ପିଇ ଏହାକୁ ନିୟନ୍ତ୍ରଣକୁ ଆଣି ପାରିବେ ।
୫.ଯେଉଁ ଲୋକମାନଙ୍କୁ ଶୀତ ଦିନେ ପ୍ରଦୂଷଣ ହେତୁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଛି,ସେମାନଙ୍କୁ ହଳଦୀ ମିଶା କ୍ଷୀର ପିଇବା ନିହାତି ଆବଶ୍ୟକ ।
