Fri. Apr 18th, 2025

ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ, ସାହସ ଦେଲେ ପ୍ରଧାନମନ୍ତ୍ରୀ

By amfnews Sep 7, 2019 #Featured
257 Views

ବେଙ୍ଗାଲୁରୁ  :  ନିର୍ଦ୍ଧାରିତ ସମୟରେ ସୂଚନା ମିଳିବାରେ ସାମାନ୍ୟ ବିଳମ୍ବ ହେବାନେଇ ଆଶା ଓ ଆଶଙ୍କା ପରେ ଇସ୍ରୋ ପକ୍ଷରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ଦିଆଯାଇଛି। ବେଶ୍‌ କିଛି ସମୟର ନୀରବତା ପରେ ଇସ୍ରୋ ମୁଖ୍ୟ କେ ଶିବନ୍ ସୂଚନା ଦେଇଥିଲେ, ଲ୍ୟାଣ୍ଡର ବିକ୍ରମ ସହ ସଂଯୋଗ ବିଚ୍ଛନ୍ନ ହୋଇଛି ଏବଂ ବର୍ତ୍ତମାନ ମିଳିଥିବା ଡାଟା ଆନାଲିସିସ୍‌ କରିବାର ପ୍ରୟାସ କରାଯାଉଛି।

ଏହା ପୂର୍ବରୁ ଯୋଗାଯୋଗ ବିଚ୍ଛନ୍ନ ହେବାପରେ ବୈଜ୍ଞାନିକମାନଙ୍କ ମଧ୍ୟ ନିରବତା ଖେଳିଯାଇଥିଲା। ସମସ୍ତେ ଚିନ୍ତିତ ହୋଇ ବସି ରହିଥିଲେ। ଏହା ଦେଖି ସାହସ ନ ହରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କର ମାନବ ଜାତିଙ୍କ ପାଇଁ ଏବଂ ଅବଦାନ ଦେଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିଥିଲେ। ସେ କହିଥିଲେ ଜୀବନରେ ଉତ୍ଥାନ ପତନ ଲାଗିରହିଥାଏ। ଦେଶ ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ। ମୋଦି କହିଥିଲେ ସେ ବୈଜ୍ଞାନିକମାନଙ୍କ ସାଥୀରେ ସବୁବେଳେ ଅଛନ୍ତି। ଏହା ପରେ ସେ କ୍ୱିଜ୍‌ରେ ଭାଗ ନେଇ ଇସ୍ରୋ ଆସିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ସେଠାରେ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ।

By amfnews

Related Post