ସୂଚନା ମୁତାବକ, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ କଂଗ୍ରେସ କମିଟି ଗୁଡିକ ଅପ୍ରେଲ ମଇରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଦଳ ମହାରାଷ୍ଟ୍ର, ହରିୟାଣା ଏବଂ ଝାରଖଣ୍ଡରେ ଯଦି ଠିକ ସମୟ ପୂର୍ବରୁ ନିର୍ବାଚନ ଘୋଷଣା ହୁଏ ତେବେ ଏଥିପାଇଁ ଆକସ୍ମିକ ଯୋଜନା ଉପରେ କାମ କରାଯିବ । କଂଗ୍ରେସ ଅନୁଯାୟୀ, ହରିୟାଣା ଏବଂ ମହାରାଷ୍ଟ୍ରରେ ବିଜେପିର ସମୀକରଣ ଏବଂ କିଛି କାରଣରୁ ଏଠାରେ ସମୟ ପୂର୍ବରୁ ବିଧାନସଭା ନିର୍ବାଚନ କରାଯିବା ନେଇ ଇଶାରା କରୁଛି । ତେବେ ଏନେଇ ବିଜେପି ଏବଂ କେନ୍ଦ୍ର ସରକାର କିଛି ସ୍ପଷ୍ଟ କରି ନାହାଁନ୍ତି । ଫେବୃୟାରୀର ବଜେଟ ଘୋଷଣା ପରେ ରାଜନୈତିକ ପଦକ୍ଷେପର ଖୁଲାସା ହେବ ବୋଲି ଆଶଙ୍କା କରାଯାଉଛି । ମାର୍ଚ୍ଚରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରି ପାରେ ।
କଂଗ୍ରେସ ନେତାଙ୍କ ଅନୁଯାୟୀ, ହରିୟାଣାରେ ମନୋହର ଲାଲ ଖଟରଙ୍କ ସରକାର ଅକ୍ଟୋବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମ୍ୁର୍ଣ୍ଣ ଶକ୍ତିର ସହ ନିର୍ବାଚନ ମଇଦାନରେ ଓହ୍ଲାଇ ପାରନ୍ତି । ତେଣୁ ବିଜେପି ସେଠାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରିବ । ହରିୟାଣା କଂଗ୍ରେସ ଅଧ୍ୟକ୍ଷ ଅଶୋକ ତମ୍ବର କହିଛନ୍ତି କି, କଂଗ୍ରସ ହରିୟାଣାରେ ଲଢିବା ପାଇଁ ପ୍ରସ୍ତୁତ ଅଛି । ରାଜ୍ୟରୁ ଏବଂ କେନ୍ଦ୍ରରୁ ମୋଦୀ ସରକାରଙ୍କୁ ଓପାଡି ଫୋପାଡିବା ପାଇଁ କଂଗ୍ରେସ ଚେଷ୍ଟା ଚଳାଇଛି ।
ଝାରଖଣ୍ଡରେ ମଧ୍ୟ କଂଗ୍ରେସ ଏବଂ ଜେଏମଏମ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ଗଲାଣି । ଝାରଖଣ୍ଡରେ କଂଗ୍ରେସ ପ୍ରଭାରୀ ଆରପିଏନ ସିଂହ କହିଛନ୍ତି କି, ଝାରଖଣ୍ଡ କଂଗ୍ରେସ ଏକ ସହ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଲଢିବ ।