Sun. Jun 8th, 2025

ଲୁଣା ନଦୀରୁ ଦେଢ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର

By amfnews Aug 1, 2019 #Featured
165 Views

କେନ୍ଦ୍ରାପଡ଼ା  : ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କରଞ୍ଜ ଗାଆଁ ନିକଟରେ ଥିବା ଲୁଣା ନଦୀରେ ଏକ ଦେଢ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଶିଶୁକନ୍ୟାର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା ତାହା ଏଯାବତ୍ ଜଣାପଡ଼ିନାହିଁ। ତେବେ ଶିଶୁର ମାଆର ପରିଚୟ ମିଳିଛି। ସେ ହେଲେ କରଞ୍ଜ ଗାଆଁର ସସ୍ମିତା ସେଠୀ। ସେ ନିଖୋଜ ହୋଇଥିବାରୁ ପୁଲିସ୍ ତାର ସନ୍ଧାନ ଜାରି ରଖିଥିବା ଜଣାଯାଇଛି।

କୁହାଯାଉଛି ସେ ଶିଶୁର ବାପା ଜଣେ ମଦ୍ୟପ। ସେ ଡଙ୍ଗା ଚଳାଏ । ମଦ ପିଇବାକୁ ନେଇ ଅଧିକାଂଶ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୁଏ। ପାରିବାରିକ କଳହରେ ଆଜି ନିରୀହ ଜୀବନ ବଳି ପଡ଼ିଥିବା କୁହାଯାଉଛି ।

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା କରଞ୍ଜ ଗାଁରେ ରହୁଥିବା ଏକ ପରିବାରରେ କଳହ ହୋଇଥିଲା । କଳହ ପରେ ମହିଳାଜଣକ ନିଜ ଦେଢ ବର୍ଷର ଝଅକୁ ନେଇ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ଲୁଣା ନଦୀରୁ ଆଜି ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଶିଶୁକନ୍ୟାର ମୃତଦେହ ଦେଖିବାପରେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତାପରେ ଅଗ୍ନିଶମ ବାହିନୀ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ।

By amfnews

Related Post