Sat. Mar 7th, 2026

ଲୁଟେରା ଗିରଫ, ମୋବାଇଲ୍‌ ଜବତ

207 Views

ଭୁବନେଶ୍ବର: ଲୁଟ୍‌ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିବା ସହ ତା’ ନିକଟରୁ ଗୋଟିଏ ମୋବାଇଲ୍‌ ଜବତ କରିଛି। ସେ ହେଲା, ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚଳର ଦିଲ୍ଲୀପ ନାୟକ(୨୬)। ପୁଲିସ ସୂଚନା ମୁତାବକ, ଗତ ଶନିବାର ଅପରାହ୍‌ଣ ପାଖାପାଖି ୫ଟାରେ ୟୁନିଟ୍‌-୬ ଅଞ୍ଚଳର ଗିରିଧାରୀଲାଲ୍‌ ଷଡ଼ଙ୍ଗୀ ନାମକ ଜଣେ ଯୁବକ ମାର୍କେଟ୍‌ରୁ ଘରକୁ ଫେରୁଥି‌ଲେ। ଏହି ସମୟରେ ଦିଲ୍ଲୀପ ଏକ ବାଇକ୍‌ରେ ଆସି ତାଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲା। ଗିରିଧାରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

By amfnews

Related Post