Sat. Mar 7th, 2026

‘ଲାଞ୍ଚ ନ ଦେବାରୁ ଗାଳିଗୁଲଜ ସହ କରୁଛନ୍ତି ଅଶ୍ଳୀଳ ଇଙ୍ଗିତ’

158 Views

ଭଦ୍ରକ : “କଲେଜରେ ନାଁ ଲେଖାଇବା ବେଳେ ଆମକୁ ଲାଞ୍ଚ ମାଗିଥିଲେ। ନ ଦେବାରୁ ଆରମ୍ଭ କରିଦେଲେ ନିର୍ଯାତନା।  ଆମକୁ ବାଟରେ ଅସଭ୍ୟ ଭାଷାରେ ଗାଳିଗୁଲଜ  ସହ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। କଲେଜ ଯିବାକୁ ଡର ଲାଗୁଛି। ବିନା ପରିମିଶନରେ ଆମ ଫଟୋ ଉଠାଉଛନ୍ତି। ଏଥିରେ ଆମେ ଖୁବ୍‌ ଭୟଭୀତ ହୋଇପଡ଼ିଛୁ। କଲେଜ ଅଧ୍ୟକ୍ଷ ସବୁ ଜାଣି ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି।” ତେଣୁ ବାଧ୍ୟ ହୋଇ ଏସପି ଓ ଅତରିକ୍ତି ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଥିବା କହିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ବିଏନଏମଏ କଲେଜରେ ଯୁକ୍ତ ୩ ପ୍ରଥମ ଶ୍ରେଣୀ ଛାତ୍ରୀମାନେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ନାଁ ଲେଖାଇବା ବେଳେ ଲାଞ୍ଚ ନ ଦେବାରୁ କଲେଜ କର୍ମଚାରୀ ସେମାନଙ୍କୁ ସବୁବେଳେ ହଇରାଣ କରୁଛନ୍ତି।   ଏ ସଂକ୍ରାନ୍ତରେ ଫୋନ ରେକର୍ଡିଂ କରି  କଲେଜ ଅଧ୍ୟକ୍ଷଙ୍କୁ ଜଣାଇବାରୁ  ଅଭିଯୁକ୍ତ ଅଧିକ  ପ୍ରତିକ୍ରିୟାଶୀଳ ହୋଇ ସେମାନଙ୍କୁ ଅସଦାଚରଣ କରିଥିଲେ ।  ଏପରିକି ଅଭିଯୋଗ କରିଥିବା ସଂପୃକ୍ତ ଛାତ୍ରୀମାନଙ୍କୁ କଲେଜର ବାହାର କରିଦେବାକୁ ଧମକ ଦେଇଥିଲେ । ସେମାନେଙ୍କୁ  ବାଟେ ଘାଟେ ଦେଖି ଖରାପ ଇଙ୍ଗିତ କରୁଥିଲେ।କିଛି ଦିନ ପୂର୍ବେ ହୋଇଥିବା ପ୍ରଥମ ସେମିଷ୍ଟାର ବେଳକୁ ଆଡମିଟ କାର୍ଡ ଦେବାକୁ  ବହୁ ହଇରାଣ କରିଥିଲେ ।

ଏ ନେଇ ଗତକାଲି ଛାତ୍ରୀମାନେ ଜିଲ୍ଲା ଏସପି ଓ ଅତରିକ୍ତି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

By amfnews

Related Post