Thu. Jan 23rd, 2025

ରୋଟାରୀ କ୍ଲବ୍ ରାଉରକେଲା ମିଡ୍ ଟାଉନ ପକ୍ଷରୁ ବ୍ୟକ୍ତିତ୍ୱର ଅନ୍ତରଙ୍ଗ ଅନୁଭୂତି ଶୀର୍ଷକ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ

By amfnews Sep 17, 2018 #Featured
203 Views

ରାଉରକେଲା, ୧୭ା୯ : ରାଉରକେଲା ରୋଟାରୀ କ୍ଲବ୍ ମିଡ୍ ଟାଉନ ପକ୍ଷରୁ ସ୍ଥାନୀୟ ବ୍ରାହ୍ମଣୀ କ୍ଲବ୍ ପରିସରରେ ନିଜ ନିଜ ବ୍ୟକ୍ତିତ୍ୱର ଅନ୍ତରଙ୍ଗ ଅନୁଭୂତି ସମ୍ପର୍କିତ ରଙ୍ଗ ନାମକ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଗୋଳରୁ ଆସି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଜେସି ପଙ୍କଜ ଅଗ୍ରୱାଲ ନିଜ ଜୀବନର ଅନ୍ତରଙ୍ଗ ଅନୁଭୂତିକୁ ସଙ୍ଗୀତ ମାଧ୍ୟମରେ ଅତ୍ୟନ୍ତ ସୁନ୍ଦର ତଥା ପ୍ରାଞ୍ଜଳ ଭାବେ ଉପସ୍ଥିତ ସମସ୍ତ ରୋଟାରିୟାନମାନଙ୍କ ସହ ବିନିମୟ କରିଥିଲେ । ଏହାଦ୍ୱାରା ପରସ୍ପର ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥାଏ ।

ଯେମିତି କି ମାତା-ଝିଅ, ବାପା-ପୁଅ, ଭାଇ-ଭଉଣୀ, ପତି-ପତ୍ନୀ, ପୁରୁଷ ଓ ମହିଳା କର୍ମଚାରୀ, ମାଲିକ-କର୍ମଚାରୀ ମଧ୍ୟରେ ଥିବା ସମ୍ପର୍କକୁ ମଜବୁତ କରି ସଙ୍ଗଠନକୁ ବଡ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ଛୋଟ ଛୋଟ କଥାକୁ ଧ୍ୟାନ ନ ଦେଇ ସଙ୍ଗଠନ କିଭଳି ମଜବୁତ ହୋଇପାରିବ ସେ ଉପରେ ମନୋରଞ୍ଜିତ ଉପାୟରେ ରାଉରକେଲା ମିଡ୍ ଟାଉନ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ରାଟୋରୀ କ୍ଲବ୍୍ ଅଧ୍ୟକ୍ଷ ସତୀଶ ଅଗ୍ରୱାଲ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିବା ବେଳେ ସଚିବ ଡ.ସୁବୋଧ କୁମାର ମେହେର ଓ ଆର୍ମସ୍ ସର୍ଜେଣ୍ଟ ସଞ୍ଜୟ ଅଗ୍ରୱାଲ ମିଡ୍ ଟାଉନ ସଦସ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ଡି.ଆର୍. ପଟ୍ଟନାୟକ ଯୋଗ ଦେଇଥିବା ମୁଖ୍ୟବକ୍ତା ଶ୍ରୀ ଅଗ୍ରୱାଲଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିବା ବେଳେ ରାମ ଅବତାର ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଡିଜିଏନ୍ ଏନ୍.ଏଫ୍.ସି. ମହାନ୍ତି, ସଞ୍ଜୟ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ଡ.ସନ୍ତୋଷ ଅଗ୍ରୱାଲ, ଆଶା ଶର୍ମା ପ୍ରମୁଖ ବାପା-ପୁଅଙ୍କ ସମ୍ପର୍କ ଉପରେ ବିଶଦ୍ ଭାବେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆର୍.କେ. ଭଜିର, ଡ.ପି.କେ. ବର୍ମା, କୁଲମଣି ମିଶ୍ର, ବିନୟ କୁମାର ଗୁପ୍ତା, ଡ.ରାକେଶ ଜୈନ, ସମ୍ରାଟ ଅଗ୍ରୱାଲ, ମୁକେଶ ଭଜିକା, ରାଜେଶ ଜୈନ, ମନଜିତ ପାନେସର, ଆଦିତ୍ୟ ମହାପାତ୍ର, ନିରଜ ସକୁନିଆ, ଗୌତମ ଶର୍ମା, ଅସୀମ ମହାନ୍ତି, ଆରତୀ ମହାନ୍ତି, ମନୀଷ ଅଗ୍ରୱାଲ, କନିକା ଅଗ୍ରୱାଲ, ନୀତୁ ଅଗ୍ରୱାଲ, ପୂଜା ଅଗ୍ରୱାଲ, ରିୟା ମିତ୍ତଲ, ମିତାଲୀ ମହାନ୍ତି, ରୁନା ମହାନ୍ତି, ରୀତୁ ସକୁନିଆ, ଦିଲରାଜ କୌର ପନେସର, ନୀରୁ ଜୈନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅନୁଭୂତି ବିନିମୟ କରିଥିଲେ ।

By amfnews

Related Post