Thu. Nov 7th, 2024

ରୋଜଭ୍ୟାଲି ଚିଟଫଣ୍ଡ ଠକେଇର ଅଭିଯୁକ୍ତ ଶୁଭ୍ରା କୁଣ୍ଡୁ ସିବିଆଇ ଦ୍ବାରା କଲିକତାରୁ ଗିରଫ

By amfnews Jan 16, 2021 #Featured
157 Views

ଭୁବନେଶ୍ବର, ଜାନୁଆରୀ ୧୬ : ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ଚିଟଫଣ୍ଡ କମ୍ପାନୀ ରୋଜଭ୍ୟାଲିର ଅନ୍ୟତମ ଅଭିଯୁକ୍ତ ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ସିବିଆଇର ଅର୍ଥନୈତିକ ଅପରାଧ ଶାଖା କୋଲକାତାରୁ ଗିରଫ ହୋଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ରୋଜଭ୍ୟାଲି କମ୍ପାନିର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଗିରଫ ହୋଇ ୨୦୧୫ ମସିହାରୁ ଜେଲରେ ଅଛନ୍ତି । ଏହା ପରଠାରୁ ଗୌତମଙ୍କ ପତ୍ନୀ ତଥା ଅଭିନେତ୍ରୀ ଶୁଭ୍ରା ସିବିଆଇର ୱାଣ୍ଟେଡ ଲିଷ୍ଟରେ ଥିଲେ ।

ରୋଜଭ୍ୟାଲି କମ୍ପାନି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଶାଖା ଖୋଲି ହଜାର ହଜାର ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଏପରିକି ଏହି ମାମଲାରେ ପଶ୍ଚିମବଙ୍ଗର ଦୁଇ ଜଣ ସାଂସଦ ସୁଦୀପ ବନେ୍ଦାପାଧ୍ୟାୟ ଓ ତାପସ ପାଲ ମଧ୍ୟ ଗିରଫ ହୋଇଥିଲେ ।

By amfnews

Related Post