Sat. Mar 7th, 2026

ରେଳଯାତ୍ରା ସମୟରେ ଲାଗିବନି ଝଟ୍‌କା

411 Views

ଭୁବନେଶ୍ବର , ଡିସେମ୍ବର ୨୩ : ରାଜଧାନୀ ଏକ୍ସପ୍ରେସ ଭଳି ଏଲଏଚ୍‌ବି କୋଚ ଥିବା ଟ୍ରେନଗୁଡ଼ିକରେ ଯାତ୍ରା ସମୟରେ ଯାତ୍ରୀମାନେ ସାମାନ୍ୟ ଝଟକା ଲାଗିଲା ଭଳି ଅନୁଭବ କରୁଥିଲେ। ଏସମ୍ପର୍କରେ ଲୋକଙ୍କଠାରୁ ମତାମତ ସଂଗ୍ରହ ପରେ ଭାରତୀୟ ରେଳବାଇ ଏକ ବିଶେଷଜ୍ଞ ଦଳ ଗଠନ କରି ପରୀକ୍ଷା ନିରୀକ୍ଷା କରିବାପରେ ଏହି ଝଟକାକୁ ରୋକିବା ପାଇଁ ପଦକ୍ଷପ ନିଆଯାଇଛି। ବିଶେଷଜ୍ଞ ଦଳ ଦୁଇଟି କୋଚ୍‌କୁ ଯୋଡ଼ୁଥିବା ଐକିକ ପ୍ଲେଟ୍‌ କିମ୍ବା ଭାସମାନ ପ୍ଲେଟ ଥିବା ବୋଫର(ଦୁଇଟି କୋଚ୍‌କୁ ସଂଯୋଗ କରୁଥିବା ଉପକରଣ) ବଦଳରେ ଏକ ସୁସନ୍ତୁଳିତ ବୋଫର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ପ୍ରଯୁକ୍ତିବିଦ୍ୟା ସହିତ ଆଗକୁ ବଢୁଥିବା ଭୁବନେଶ୍ୱରସ୍ଥିତ ରେଳବାଇ କୋଚିଂ ଡିପୋ ଐକିକ ପ୍ଲେଟ୍‌ କିମ୍ବା ଭାସମାନ ପ୍ଲେଟ ଥିବା ବୋଫର ବଦଳରେ ନୂତନ ଡିଜାଇନ୍‌ର ସୁସନ୍ତୁଳିତ ବୋଫରଗୁଡ଼ିକୁ ଭୁବନେଶ୍ୱରଠାରୁ ଓ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ରେ ସଂଯୋଗ କରି ରେଳଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବାକୁ ପ୍ରୟାସ କରିଛି। ଭୁବନେଶ୍ୱର ରେଳବାଇ କୋଚିଂ ଡିପୋରେ ସମୁଦାୟ ୯୩ ସେଟ୍‌ ଏହି ନୂତନ ଡିଜାଇନ୍‌ର ସୁସନ୍ତୁଳିତ ବୋଫର୍‌କୁ ଗ୍ରହଣ କରି ୪୨ଟି କୋଚ୍‌ରେ ୮୪ ସେଟ୍‌ ସଂଯୋଗ କରାଯାଇଛି। ଫଳରେ ଭୁବନେଶ୍ୱରରୁ ଛାଡୁଥିବା ସମସ୍ତ ରାଜଧାନୀ ଏକ୍ସପ୍ରେସରେ ଏହି ସୁବିଧା ହୋଇଛି।

By amfnews

Related Post