Mon. Mar 9th, 2026

ରେଳ ଷ୍ଟେସନରେ ଝାଡ଼ୁ ମାରିଲେ ପ୍ରତାପ ଷଡ଼ଙ୍ଗୀ

209 Views

ଝାରସୁଗୁଡ଼ା : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚି ଷ୍ଟେସନ ପରିସରକୁ ଝାଡ଼ୁ ମାରିଥିଲେ।

ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ଝାରସୁଗୁଡ଼ା ବିଜେପିର ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ। ପ୍ଲାଷ୍ଟିକ ମୁକ୍ତ ଓ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ଜୋର ଦେବା ସହ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କେନ୍ଦ୍ର ମନ୍ତ୍ରୀ ଆହ୍ୱାନ ଦେଇଥିଲେ।

By amfnews

Related Post