Mon. Dec 23rd, 2024

ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ଦୂରରେ ରହିବାକୁ ସୁଶାନ୍ତଙ୍କୁ ପରାମର୍ଶ ଦେଉଥିଲେ ତାଙ୍କର ଭଉଣୀ!

By amfnews Sep 4, 2020 #Featured
153 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଧାର ୩୦୬ ଅନୁଯାୟୀ ତଦନ୍ତ କରୁଛି । ଏହି ମାମଲାରେର ସୂତ୍ରରୁ ବଡ଼ ଖବର ଆସୁଛି । ସୂତ୍ର ଅନୁସାରେ ସିବିଆଇ ନିଜର ତଦନ୍ତରେ ଜାଣିବାକୁ ପାଇଛି ଯେ, ଅଭିନେତାଙ୍କ ଅବସ୍ଥା ରିୟାଙ୍କୁ ଭେଟିବାର କିଛି ଦିନ ପରେ ଖରାପ ହେବାକୁ ଲାଗିଥିଲା । ରିୟା ଚକ୍ରବର୍ତ୍ତୀ ସମେତ ତାଙ୍କର ପୂରା ପରିବାର ଡ୍ରଗ୍ସ ନେଉଥିଲେ । ସୁଶାନ୍ତଙ୍କ ସଂପର୍କରେ ଆସିବା ପରେ ରିୟା ସୁଶାନ୍ତଙ୍କ ଡିପ୍ରେଶନର ରୋଗୀ ଚିକିତ୍ସା କହି ତାଙ୍କୁ ନିଶା ଦେଉଥିଲେ ।

ସୂତ୍ରରୁ ଆହୁରି ଜାଣିବାକୁ ମିଳିଛି ଯେ, ରିୟା ସବୁବେଳେ ନିଜର ଘରେ ଶୋଭିକ ଜରିଆରେ ଏତେ ଡ୍ରଗ୍ସ ରଖୁଥିଲେ ଯେ, ସୁଶାନ୍ତଙ୍କୁ ନିଶାର କୌଣସି ଅସୁବିଧା ନହେଉ । ସୁଶାନ୍ତ ଡ୍ରଗ୍ସ ନେବାରେ ଅଭ୍ୟସ୍ତ ହୋଇଯାଇଥିଲେ । ଲଗଡାଉନ ପରେ ଘରେ ରହି ସୁଶାନ୍ତ ଅଧିକ ଡ୍ରଗ୍ସ ନେଉଥିଲେ । ସୁଶାନ୍ତଙ୍କ ଭଉଣୀ ଯେତେବେଳେ ସୁଶାନ୍ତଙ୍କୁ ଡ୍ରଗ୍ସ ନେବା ସଂପର୍କରେ ଜାଣିବାକୁ ପାଇଥିଲେ, ରିୟା ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ।

ରିୟାଙ୍କ ବିନା ସୁଶାନ୍ତଙ୍କୁ ରହିବା ଅଡୁଆ ହୋଇଯାଉଥିଲା । ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ସୁଶାନ୍ତଙ୍କୁ ରିୟା କହିଥିଲେ, ତୁମେ ମୋ ସହିତ ରୁହ ଅଥବା ବିବାହ କର । ନହେଲେ ତୁମେ ନିଜ ପରିବାରକୁ ଫେରିଯାଅ । ଏହା ପରେ ସୁଶାନ୍ତ ନିଜ ପରିବାରର ଲୋକଙ୍କ ସହିତ ଅଧିକ କଥା ହେଉ ନଥିଲେ । କିନ୍ତୁ ତାଙ୍କର ଭଉଣୀ ଲଗାତା ସୁଶାନ୍ତଙ୍କ ଅବସ୍ଥାକୁ ନେଇ ଚିନ୍ତିତ ଥିଲେ ଏବଂ ତାଙ୍କ ସହିତ କଥା ହେଉଥିଲେ । ଜୁନ ୮ ତାରିଖରେ ଦିଶଶ ସାନିଏଲଙ୍କ ମୃତ୍ୟୁ ଖବର ଶୁଣି ସୁଶାନ୍ତ ବହୁତ ଭାଙ୍ଗି ପଡ଼ିଥିଲେ । ସୁଶାନ୍ତଙ୍କ ରିୟା ସହିତ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।

By amfnews

Related Post