Sat. Mar 7th, 2026

ରାୟଗଡ଼ା: ପୋଲ ଉପରେ ୫ ଫୁଟ ପାଣି, ଯୋଗାଯୋଗ ବିଛିନ୍ନ

209 Views

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାୟଗଡ଼ା- ଭବାନୀପାଟଣାକୁ ସଯୋଗ କରୁଥିବା ରାଜପଥର ଅମ୍ବାଦଳା ବଂଶଧାରା ପୋଲ ଉପରେ ୫ ଫୁଟ୍‌ ପାଣି। ପୋଲ ଉପରେ ପାଣି ଚାଲୁଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମୋଟର ଅଟକି ରହିଛିି। ଗୋଟିଏ ପଟେ ଲାଗାଣ ବର୍ଷା ଓ ଅନ୍ୟ ପଟେ ପୋଲ ଉପରେ ପାଣି ଯୋଗୁଁ ଗାଡ଼ିମୋଟର ଅଟକି ରହିଥିିବାରୁ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ହେବ ସମଗ୍ର ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲ୍ଲାରେ ଥିବା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧିି ପାଇଛି। ତେବେ ଗତକାଲି ରାତିରୁ ମୂଷଳଧାରାରେ ଲଗାଣ ବର୍ଷା ହେବା ଫଳରେ ବଂଶଧାରା ନଦୀ ପୋଲି ଉପରେ ୫ ଫୁଟ୍‌ର ଉର୍ଧ୍ୱ ପାଣି ପ୍ରବାହିତ ହେଉଛି। ପୋଲ ଉପରେ ନଦୀର ସ୍ରୋତ ଏତେ ପ୍ରବଳ ଅଛି ଯେ, ଏହି ରାସ୍ତା ଦେଇ କୌଣସି ଗାଡ଼ିମଟର ଚଳାଚଳ କରିବା ସମ୍ଭବ ହେଉ ନାହିଁ। ଫଳରେ ରାୟଗଡ଼ା- ଭବାନୀପାଟଣାକୁ ସଂଯୋଗ କରୁଥିବା ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ବସ, ଟ୍ରକ, କାର ଓ ୨ ଚକିଆ ଯାନ ଅଟକି ରହିଛନ୍ତି। ସେହିପରି ଅମ୍ବାଦଳା ବଜାରରେ ମଧ୍ୟ ୨ ଫୁଟ୍‌ରୁ ଊର୍ଧ୍ୱ ପାଣି ଜମା ହୋଇ ରହିଛି। କେତେକ ଦୋକାନବଜାର ଭିତରେ ପାଣି ପଶିଯାଇଥିବା ବେଳେ ବ୍ୟାଙ୍କ ଭିତରେ ପାଣି ପଶି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇ ଯାଇଥିିବା କୁହାଯାଉଛି।

By amfnews

Related Post