Mon. Jan 13th, 2025

ରାମ ମନ୍ଦିର ଲାଗି ଭୂମିପୂଜନ ପୂର୍ବରୁ ହନୁମାନ ଚାଲିସା ପାଠ କରିବେ କମଲନାଥ

By amfnews Aug 2, 2020 #Featured
209 Views

ଭୋପାଳ, ଅଗଷ୍ଟ ୦୨ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଆସନ୍ତା ଅଗଷ୍ଟ ୫ରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ମାତ୍ର ଭୂମିପୂଜନର ଦିନକ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ମଧ୍ୟପ୍ରଦେଶ କଂଗ୍ରେସ ତରଫରୁ ଏକ ହନୁମାନ ଚାଲିସା ପାଠ ଆୟୋଜନ କରାଯାଉଛି ।

ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ଲାଗି ଭୂମିପୂଜନ ହେବ । ଏହାର ଦିନକ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ଘରେ ହନୁମାନ ଚାଲିସା ପାଠ କରିବେ । ଏହା ବ୍ୟତୀତ କଂଗ୍ରେସର ଅନ୍ୟ ନେତା କର୍ମୀ, ପଦାଧିକାରୀ ନିଜ ନିଜ ଘରେ ଅଥବା ନିକଟସ୍ଥ ମନ୍ଦିରରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ହନୁମାନ ଚାଲିସା ପାଠ କରିବେ ।

୨୦୧୮ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ମଧ୍ୟପ୍ରଦେଶରେ ହିନ୍ଦୁତ୍ୱ ପ୍ରଚାର ନେଇ ପ୍ରଶ୍ନ ଉଠିଛି । ନିର୍ବାଚନ ସମୟରେ କମଲନାଥ ହନୁମାନ ଭକ୍ତ ବୋଲି ନିଜକୁ କହୁଥିଲେ । ସରକାର ଗଢ଼ିବା ପରେ ରାମ ବନ ଗମନ ପଥ ଯୋଜନା ହେଉ କି ଗୋଶାଳା ନିର୍ମାଣ ଯୋଜନା ଅଥବା ମନ୍ଦିରର ସୌନ୍ଦର୍ଯ୍ୟକରଣ ଯୋଜନା ଆଦିକୁ କଂଗ୍ରେସ ନିଜେ ହିନ୍ଦୁତ୍ୱରୁ ଦୂରରେ ନରହିବା ପ୍ରମାଣ ଦେଇଛି ।

ସୂଚନାଯୋଗ୍ୟ, ରାମ ମନ୍ଦିର ନିର୍ମାଣ ଲାଗି ଦୁଇ ଦିନ ପରେ (ଅଗଷ୍ଟ ୫)ରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ଲାଗି ଅଯୋଧ୍ୟାରେ ଉତ୍ସାହ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନରେ ଅଂଶଗ୍ରହଣ କରିବାକୁ ଅଯୋଧ୍ୟା ଗସ୍ତ କରିବେ । ଏହି ମହାନ ପର୍ବର ସମୟ ପାଖେଇ ଆସୁଥିବା ବେଳେ ଶ୍ରୀରାମ ମନ୍ଦିର ସଂପର୍କିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଭୂମି ପୂଜନ ପାଇଁ ଅତିଥିଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ର ମଧ୍ୟ ସାମ୍ନାକୁ ଆସିଛି ।

By amfnews

Related Post