339 Views
ନୂଆଦିଲ୍ଲୀ, ଅକ୍ଟୋବର ୨୩: ରାମ ମନ୍ଦିର ମାମଲା ଉପରେ ଲାଗାତାର କେନ୍ଦ୍ରର ଭାଜପା ସରକାର ଉପରେ ଅଙ୍ଗୁଳି ଉଠାଉଛି ଅର୍ନ୍ତଜାତୀୟ ହିନ୍ଦୁ ପରିଷଦର ସଂସ୍ଥାପକ ପ୍ରବୀଣ ତୋଗଡିଆ । ପ୍ରବୀଣଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଅେଯୋଧ୍ୟାର ରାମକୋଟର ପରିକ୍ରମା ସମୟରେ ହାତାହତି ହୋଇଛନ୍ତି । ଏହି ସମୟରେ ସମର୍ଥକଙ୍କୁ ନିୟନ୍ତ୍ରିତ କରିବା ପାଇଁ ପୋଲିସକୁ ହାଲକା ଲାଠିଚାର୍ଜ କରିବାକୁ ପଡିଥିଲ ।
ସୂଚନାଯୋଗ୍ୟ କି, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର କର୍ମକର୍ତା ପରିକ୍ରମା ମାର୍ଗ ବଳଦଳାଇବାକୁ ନେଇ ଉତ୍ୟକ୍ତ ହୋଇଥିଲେ ଓ ପୋଲିସ ସହିତ ଝଗଡା ହୋଇଥିଲା । ଏଥିରେ କିଛି ସମୟ ପାଇଁ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ କର୍ମକର୍ତା ଜୟ ଶ୍ରୀରାମ ଓ ମୋଦି ବିରୋଧୀ ନାରା ଲଗାଇଥିଲେ ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବହୁଳ ସଂଖ୍ୟାରେ ପୋଲିସ ନିୟୋଜିତ କରାଯାଇଥିଲା । ଏହି ମଧ୍ୟରେ ପ୍ରବୀଣ ତୋଗଡିଆଙ୍କୁ ପ୍ରଶାସନର ବୁଝାଇବା ପରେ ଝଗଡାକୁ ଆୟତ କରାଯାଇ କର୍ମକର୍ତାଙ୍କୁ ବୁଝାସୁଝା କରି ଶାନ୍ତ କରାଯାଇଥିଲା । ତୋଗଡିଆ ନିଜ ସମର୍ଥକଙ୍କ ସହିତ ସରୟୁ ତଟ ଯାତ୍ରା କରିଥିଲେ । ସେଠାରେ ସେ ସଙ୍କଳ୍ପ ସଭା କରିବେ ।