Sun. Mar 8th, 2026

ରାତି ଅଧରେ ଥାନାରୁ ଖସି ପଳାଇଲା ନାବାଳକ ଆସାମୀ

467 Views

କାମାକ୍ଷାନଗର: ବୁଧବାର ରାତିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରୁ ଜଣେ ନାବାଳକ ଆସାମୀ ଫେରାର ହୋଇଯାଇଛି।

ଫେରାର ଆସାମୀ ହେଉଛି ମୁଣ୍ଡିଦେଉଳିର ଶଙ୍କରପୁରର ୧୭ ବର୍ଷିୟ ଟୁକୁନା ପାତ୍ର ଓରଫ କୁନା ଓରଫ ଟୁଟୁନ।

କାମାକ୍ଷାନଗର ମୁଣ୍ଡିଦେଉଳି ଅଞ୍ଚଳର ଅର୍ଜୁନ ଚରଣ ଖୁଣ୍ଟିଆଙ୍କ ଘରୁ ଗତ ଏପ୍ରିଲ୍‌ ୨ ତାରିଖରେ ହୋଇଥିବା ଚୋରି ଘଟଣାରେ ସେ ସମ୍ପୃକ୍ତ ବୋଲି ଅଭିଯୋଗ ହେବା ପରେ ଗତକାଲି ପୁଲିସ ତାକୁ ଗିରଫ କରି ଥାନାରେ ରଖିଥିଲା।

ଟୁକୁନା ନାମରେ କାମାକ୍ଷାନଗର ଥାନାରେ ୩ଟି ମାମଲା ଓ କଙ୍କଡ଼ାହାଡ଼ ଥାନାରେ ଗୋଟିଏ ମାମଲା ଅଛି। ତା’ ନାମରେ ଆଉ ଗୋଟିଏ ମାମଲା ରୁଜୁ କରାଯିବ ବୋଲି ପୁଲିସ କହିଛି।

By amfnews

Related Post